ପ୍ରକାଶ ପାଇଲା NEET UG ୨୦୨୫ ରେଜଲ୍ଟ, ଓଡ଼ିଶାରେ ସ୍ନେହାଶିଷ ଟପ୍ପର

ପ୍ରକାଶ ପାଇଲା NEET-UG ରେଜଲ୍ଟ । NTA ନିଟ୍ ୟୁଜି ୨୦୨୫ ପରୀକ୍ଷାଫଳ ଅଫିସିଆଲ ୱେବସାଇଟରେ ଜାରି କରିଛି । ତେବେ ସର୍ବଭାରତୀୟ ସ୍ତରରେ ମହେଶ କେଶଓ୍ୱାନୀ ଟପ୍‌ କରିଥିବାବେଳେ ସ୍ନେହାଶିଷ୍ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବ ଭାରତୀୟ ସ୍ତରରେ ତାଙ୍କୁ ୬୦ତମ ରାଙ୍କ୍‌ ମିଳିଛି ।

ସେହିଭଳି ମଧ୍ୟପ୍ରଦେଶର ଉତ୍କର୍ଶ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏସ୍‌ସ୍‌ ବର୍ଗରେ ପବିତ୍ର ସେଟ୍ଟୀ ଷଷ୍ଠ ସ୍ଥାନରେ ରହିଛନ୍ତି । ମହିଳା ବର୍ଗରେ ଅଭିକା ଅଗ୍ରଓ୍ୱାଲ ଟପ୍ କରିଛନ୍ତି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟ neet.nta.nic.in କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ପରୀକ୍ଷାର୍ଥୀ ଇମେଲ ଜରିଆରେ ସ୍କୋର କାର୍ଡ ଦେଖିପାରିବେ । ଏଥିସହ ଜୁନ୍ ୧୫ ତାରିଖରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ଏବେ ଅଗଷ୍ଟ ୩ ତାରିଖରେ ହେବ ।

Post Views17 Total Count

Apply Now


This will close in 0 seconds

error: Content is protected !!