ଅହମ୍ମଦାବାଦ ବିମାନ ଦୁର୍ଘଟଣା ଉପରେ କେନ୍ଦ୍ର ସରକାରଙ୍କ ସାମ୍ୱାଦିକ ସମ୍ମିଳନୀ

ଅହମ୍ମଦାବାଦ ବିମାନ ଦୁର୍ଘଟଣା ଉପରେ ଶନିବାର କେନ୍ଦ୍ର ସରକାର ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ସରକାର କହିଛନ୍ତି ଯେ ବିମାନଟି ପ୍ୟାରିସ-ଦିଲ୍ଲୀ ଓ ପରେ ଦିଲ୍ଲୀରୁ ଅହମ୍ମଦାବଦ ଯାଏ ଦୁର୍ଘଟଣା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲା । ଜୁନ୍ ୧୨ରେ ଅପରାହ୍ନ ପ୍ରାୟ ୨ଟା ବେଳେ ସରକାରଙ୍କୁ ଦୁର୍ଘଟଣା ବାବଦରେ ଏଟିସି ପକ୍ଷରୁ ପ୍ରଥମେ ସୂଚନା ଦିଆଯାଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, କ୍ରାସ୍ ପୂର୍ବରୁ ଏଟିସିକୁ ବିମାନର ପାଇଲଟ୍ ଅପରାହ୍ନ ୧.୩୯ ମିନିଟରେ ମେଡେ କଲ୍ କରିଥିଲେ, ଅର୍ଥାତ୍ ପୂରା ଏମର୍ଜେନ୍ସି । ଏହାପରେ, ଯେତେବେଳେ ଏଟିସି ବିମାନ ସହ ଯୋଗାଯୋଗ ପାଇଁ ଉଦ୍ୟମ କରିଥିଲା, କିନ୍ତୁ କୌଣସି ଉତ୍ତର ମିଳିନଥିଲା । ଠିକ୍ ଗୋଟିଏ ମିନିଟ୍ ପରେ ବିମାନ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

କେନ୍ଦ୍ରମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ‘ଗତ ଦୁଇ ଦିନ ଅତ୍ୟନ୍ତ କଠିନ ଥିଲା । ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ହୋଇଥିଲା ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ମୁଁ ବ୍ୟକ୍ତିଗତ ଭାବେ ଘଟଣାସ୍ଥଳକୁ ଯାଇଥିଲା, ଫଳରେ କଣ କରାଯିବା ଦରକାର, କଣ ସହାୟତା ପ୍ରଦାନ କରାଯିବା ଦରକାର ତାହା ପରଖିଥିଲୁ । ଗୁଜରାଟ ସରକାର ବି ସମାନ ଅଭିମୁଖ୍ୟ ଦେଖାଇଥିଲେ । ଭାରତ ସରକାର ଓ ମନ୍ତ୍ରଣାଳୟ ଅନ୍ୟ ଲୋକଙ୍କ ମଧ୍ୟ ସମାନ ଆଭିମୁଖ୍ୟ ରହିଥିଲା ।’

ଅନ୍ୟପଟେ ବିଭାଗର ସଚିବ ସମୀର କୁମାର ସିହ୍ନା କହିଛନ୍ତି, ଜୁନ୍ ୧୨ ଅପରାହ୍ନ ୨ଟାରେ ଦୁର୍ଘଟଣା ନେଇ ଖବର ମିଳିଥିଲା । ଏଟିସି ଅହମ୍ମଦାବାଦ ଜରିଆରେ ଆମକୁ ବିସ୍ତୃତ ସୂଚନା ମିଳିଥିଲା । ବିମାନ ଅପରାହ୍ନ ୧.୩୯ ମିନିଟରେ ଉଡାଣ ଭରିଥିଲା ଓ କିଛି ସେକେଣ୍ଡ ମଧ୍ୟରେ ପ୍ରାୟ ୬୫୦ ଫୁଟ୍ ଉଚ୍ଚରେ ପହଞ୍ଚିବା ପରେ ଖସିବା ଆରମ୍ଭ କରିଥିଲା । ଅଧିକ ସୂଚନା ଦେଇ ସେ କହିଛନ୍ତି, ଉଡାଣର ଠିକ୍ ଗୋଟିଏ ମିନିଟ ପରେ ବିମାନ ବନ୍ଦରଠାରୁ ପ୍ରାୟ ୨ କିଲୋମିଟର ଦୂରରେ ବିମାନ କ୍ରାସ୍ କରିଥିଲା । ଦୁର୍ଘଟଣା ପରେ ଅପରାହ୍ଣ ୨.୩୦ଟାରେ ରନୱେକୁ ବନ୍ଦ କରାଯାଇଥିଲା ଓ ସମସ୍ତ ପ୍ରୋଟୋକଲ ପୂରା କରିବା ପରେ ସଂଧ୍ୟା ୫ଟାରେ ସୀମିତ ଉଡାଣ ପାଇଁ ଖୋଳାଯାଇଥିଲା ।

Post Views8 Total Count

Apply Now


This will close in 0 seconds

error: Content is protected !!