ଗୁରୁବାର ଅହମ୍ମଦାବାଦରେ ଘଟିତିଲା ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ ବିମାନରେ ଥିବା ଜଣେ ଯାତ୍ରୀଙ୍କୁ ଛାଡ଼ି ଆଉ ସମସ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ୨୪୧ ଜଣ ଯାତ୍ରୀଙ୍କ ମଧ୍ୟରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ତେବେ ବିଜୟ ରୂପାନୀଙ୍କ ମୃତ୍ୟୁ ପରେ ଏକ ରୋଚକ କଥା ଏବେ ସାମ୍ନାକୁ ଆସିଛି । ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପାଇଁ ୧୨୦୬ ନମ୍ବର ବହୁତ ଲକି ଥିଲା ବୋଲି ବିବେଚନା କରାଯାଉଥିଲା । ଏମିତିକି ତାଙ୍କ ସ୍କୁଟରରୁ ଆରମ୍ଭ କରି କାରର ନମ୍ବର ପ୍ଲେଟ୍ର ନମ୍ବର ୧୨୦୬ ଥିଲା । ଏହି ନମ୍ବର ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ସେ ମାନୁଥିଲେ ।
କିନ୍ତୁ ସେହି ଶୁଭ ନମ୍ବର ଯେ ତାଙ୍କ ପାଇଁ ଏତେ ସବୁଠୁ ଅଧିକ ଅଶୁଭ ହେବେ ସେ କେବେ ସ୍ୱପ୍ନରେ ବି ଭାବି ନଥିବେ । କାହିଁକି ନା ଗତ ଗୁରୁବାର ତାରିଖ ଥିଲା ୧୨-୦୬ । ଆଉ ସେହି ୧୨-୦୬ ହିଁ ତାଙ୍କ ପାଇଁ ଅନ୍ତିମ ଦିନ ପାଲଟିଗଲା ।

