ପଦାକୁ ଆସିଛି ରାମମନ୍ଦିର ଦାନ ଚୋରି ମାମଲାରେ ନୂଆ କଥା

ରାମମନ୍ଦିର ଦାନ ଚୋରି ମାମଲାରେ ନୂଆ କଥା ପଦାକୁ ଆସିଛି, ଫଳରେ ପୁରା ମାମଲା ନୂଆ ମୋଡ଼ ନେଇଛି। ସୂତ୍ରଙ୍କ ଅନୁସାରେ ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ନିଯୁକ୍ତ ଏସଆଇଟି ଯାଞ୍ଚ ପୂର୍ବରୁ ଆଶ୍ଚର୍ଯ୍ୟଜନକ ରୂପେ ଚୋରି ଦାନରୁ ୫୮ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏଣୁ ମନ୍ଦିର ଟ୍ରଷ୍ଟ ପାଇଁ କାମ କରୁଥିବା ଲୋକଙ୍କ ଭୂମିକା ଓ ସେମାନଙ୍କ ଉତ୍ତଦାୟିତା ପ୍ରତି ଏବେ ପ୍ରଶ୍ନ ଉଠୁଛି।

ସୂତ୍ର ଅନୁସାରେ ଟ୍ରଷ୍ଟର କିଛି ସଦସ୍ୟ ଅଭିଯୋଗର ଅନ୍ତରୀଣ ଯାଞ୍ଚ କରିଥିଲେ ଓ ମନ୍ଦିରର ସେବକ ଅବିନାଶ ଶୁକ୍ଳାଙ୍କଠାରୁ ୫୮ ଲକ୍ଷ ଟଙ୍କା ଜବତ କରିଥିଲେ। ଗତ ସପ୍ତାହରେ ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରେ ଅବିନାଶ ମଧ୍ୟ ଅଛନ୍ତି। ଏହି ଜବତ ଦାନ ଚୋରି ଅଭିଯୋଗ ସାର୍ବଜନିକ ହେବା ଓ ମାମଲାର ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ ହେବାର ୯ ଦିନ ପୂର୍ବରୁ ହୋଇଥିଲା। ଗତ ସପ୍ତାହରେ ଉତ୍ତରପ୍ରଦେଶ ସରକାରଙ୍କୁ ଦିଆଯାଇଥିବା ଏସଆଇଟି ରିପୋର୍ଟ ଆଧାରରେ ଏବେ ଏଫଆଇଆର ରୁଜୁ ହେବ ଓ ଅବିନାଶ ଶୁକ୍ଳା ସମେତ ୮ ଜଣଙ୍କୁ ଗିରଫ କରାଯିବ।

ସୂତ୍ର ଅନୁସାରେ ଟ୍ରଷ୍ଟର ତତ୍କାଳୀନ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ନିର୍ଦ୍ଦେଶରେ ଜୁନ ୫ ତାରିଖ ଦିନ ଟ୍ରଷ୍ଟର ପ୍ରତିନିଧି ପୋଲିସ ସହିତ ଅଭିଯୁକ୍ତ ଅବିନାଶ ଶୁକ୍ଳାଙ୍କ ବାସଭବନ ଉପରେ ଚଢଉ କରିଥିଲେ। ଏହି ସମୟରେ କଥିତ ରୂପେ ପାଖାପାଖି ୫୮ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏହାର ତୁରନ୍ତ ବାଦ ଚମ୍ପତ ରାୟ ଓ ଟ୍ରଷ୍ଟ ସଦସ୍ୟ ଅନିଲ ମିଶ୍ର ନୈତିକତା ଆଧାରରେ ନିଜ ପଦପଦବୀରୁ ଇସ୍ତଫା ଦେଇଥିଲେ। ତଦନ୍ତ ସହିତ ସମ୍ପର୍କିତ ସୂତ୍ର ଅନୁସାରେ ଏହି ଘଟଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଜବତ ଔପଚାରିକ ଅଭିଯୋଗ ରୁଜୁ ହେବା ପୂର୍ବରୁ ହୋଇଥିଲା।

ସୂତ୍ର ଅନୁସାରେ ୫ରୁ ୮ ଜୁନ ମଧ୍ୟରେ ଏହି ଜବତ ରାଶିକୁ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ଫେରସ୍ତ କରିଦିଆଯାଇଥିଲା। ଏହି ଘଟଣାକ୍ରମରୁ ଜଣାପଡୁଛି ଯେ କଥିତ ରୂପେ ହଡପ ହୋଇଥିବା ଧନରାଶି ଫେରସ୍ତ ପ୍ରୟାସ ମାମଲା ଔପଚାରିକ ରୂପେ ଆଇନଗତ ପ୍ରକ୍ରିୟାରେ ପ୍ରବେଶ ପୂର୍ବରୁ ଆରମ୍ଭ ହୋଇ ସାରିଥିଲା। ଏବେ ଯାଞ୍ଚର ପ୍ରମୁଖ କେନ୍ଦ୍ରବିନ୍ଦୁ ସମୟର ରେଖା ଅନୁସାରେ ସାମ୍ନାକୁ ଆସିଛି। ଏଥିରୁ ଏଜେନ୍ସୀମାନେ ଏ କଥାର ଯାଞ୍ଚ କରୁଛନ୍ତି ଯେ ଔପଚାରିକ ଅଭିଯୋଗ ପୂର୍ବରୁ କଥିତ ଜବତ କାହିଁକି ହୋଇଥିଲା ଓ ମାମଲାର ପ୍ରାରମ୍ଭିକ ସମାଧାନ କାଳରେ କୌଣସି ପ୍ରକ୍ରିୟାତ୍ମକ ଭୁଲ ହୋଇଛି କି?

ଏବେ ଜଣାପଡୁଥିବା ତଥ୍ୟ ଏହା ପୁଷ୍ଟି କରୁଛି ଯେ କଥିତ ଦାନଚୋରି ସାର୍ବଜନିକ ହେବା ପୂର୍ବରୁ ଟ୍ରଷ୍ଟକୁ ଏ ସମ୍ପର୍କରେ ଜଣାଥିଲା। ତେବେ ବିବାଦ ସାର୍ବଜନିକ ହେବାର କିଛି ଦିନ ପୂର୍ବରୁ ଜୁନ ୫ ତାରିଖରେ ଟ୍ରଷ୍ଟ ଅଧିକାରୀ ଓ ପୋଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକର ଘରକୁ ଯାଇଥିଲେ। ପରେ ଏହି ଅପରେସନ ସମ୍ପର୍କିତ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା। ଯେଉଁଥିରେ ଅବିନାଶ ଶୁକ୍ଳାକୁ ଏକ କଳାରଙ୍ଗର ବ୍ୟାଗ୍ ନେଇ ଯାଉଥିବାର ପୋଲିସ କର୍ମୀ ଦେଖିଥିଲେ। ଏଥିରେ ଜବତ ହୋଇଥିବା ନଗଦ ଥିବାର ସନ୍ଦେହ କରାଯାଉଛି। ତେବେ ସିସିଟିଭି ଫୁଟେଜର ପ୍ରାମାଣିକତା ଓ ଘଟଣାକ୍ରମ ସମ୍ପର୍କିତ ଦାବିର ସ୍ୱତନ୍ତ୍ର ରୂପେ ପୁଷ୍ଟି କରାଯାଇନି।

ରାମ ମନ୍ଦିର ଦାନ ଚୋରି ମାମଲା ସର୍ବ ପ୍ରଥମେ ଜୁନ ୭ ତାରିଖରେ ସାର୍ବଜନିକ ହୋଇଥିଲା। ବିବାଦ ବଢିବା ଯୋଗୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନୁରୋଧରେ ଜୁନ ୧୩ ତାରିଖରେ ୟୁପି ସରକାର ଏସଆଇଟି ଗଠନ କଲେ। ଏସଆଇଟି ଯାଞ୍ଚ ଅନୁସାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଗଲା। ପରେ ପୋଲିସ ସେମାନଙ୍କ ଘର ଉପରେ ଚଢଉ କରି କଥିତ ଦାନ ହଡପ ବାବଦ ଧନରାଶି ଜବତ କରିଥିଲା। ଗିରଫ ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିଲା।

Post Views74 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!