ଗୃହରକ୍ଷୀ ପାଇଁ ଖୁସି ଖବର, ବଢିଲା ଗୃହରକ୍ଷୀଙ୍କ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା 

ଗୃହରକ୍ଷୀ ପାଇଁ ଖୁସି ଖବର। ବଢିଲା ଗୃହରକ୍ଷୀଙ୍କ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା । ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋହନ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ନାମା ଜାରି କରାଯାଇଛି।

ବୃଦ୍ଧି ପାଇଥିବା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁହେବ। ସେହିପରି ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ବୃଦ୍ଧି କରାଯାଇଛି। ଦୈନିକ ଡ୍ୟୁଟି ଭତ୍ତା ୩୧ରୁ ୧୫୦ ଟଙ୍କାକୁ ବଢିଛି ।

ଟ୍ରେନିଂ ଭତ୍ତା ୨୮ରୁ ୧୪୦ ଟଙ୍କାକୁ ବଢାଇଛନ୍ତି ସରକାର। ମେ’ ପହିଲାଠାରୁ ପିଛିଲା ଭାବେ ଲାଗୁ ହେବ। ଭତ୍ତା ବୃଦ୍ଧ ହେବା ପରେ ସ୍ୱେଚ୍ଛାସେବୀଙ୍କ ସଂଖ୍ୟାରେ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା କରିଛନ୍ତି।

Post Views12 Total Count

Apply Now


This will close in 0 seconds

error: Content is protected !!