ଜେଲ ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସମ୍ପତି ଅଭିଯୋଗରେ ରେଡ୍‌ । କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ୍‌ ସତ୍ୟ ପ୍ରକାଶ ସ୍ୱାଇଁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଶୁକ୍ରବାର ଭୁବନେଶ୍ୱରରୁ ଏକ ଟିମ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଏହି ଚଢ଼ାଉ କରିଛି । କେନ୍ଦୁଝର ଅଫିସ୍, ବାସଭବନ,ଭଦ୍ରକ ପୈତୃକ ଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗର ନିଜ ଘର ଓ ଶ୍ୱଶୁର ଘର ଜାଗମରାର ନିଜ ଘର ମିଶି ମୋଟ୍‌ ୭ ଟି ସ୍ଥାନରେ ଚଢାଉ ଜାରି ରହିଛି ।

ସୂଚନା ମୁତାବକ, କେନ୍ଦୁଝର ଜେଲ୍‌ ଅଧିକ୍ଷକ ସତ୍ୟ ପ୍ରକାଶ ସ୍ୱାଇଁଙ୍କ ସରକାରୀ ବାସ ଭବନରେ ଭିଜିଲାନ୍ସ ରେଡ୍‌ ଜାରି ରହିଛି । ଏହି ଚଢାଉ ପାଇଁ ମାନ୍ୟବର ସ୍ପେସାଲ ଜଜ୍‌ ଏକ ସର୍ଚ୍ଚ ୱାରେଣ୍ଟର ଜାରି କରିଥିଲେ । ୧୨ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର (ଏସ୍‌ଆଇ ଏବଂ ଏସ୍‌ଆଇ)ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏହି ରେଡ୍‌ କରାଯାଇଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!