ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାୱାର୍ (ଜେଏସ୍ପି) ଏହାର ଅନୁଗୁଳ ଇସ୍ପାତ କାରଖାନରେ ୧୦ଟି ଇଲେକ୍ଟ୍ରିକ ବସ୍ ଏବଂ ୨୭ଟି ଇଲେକ୍ଟ୍ରିକଯାନ (ଇଭି) ନିୟୋଜିତ କରିଛି। କମ୍ପାନିର ଅଧ୍ୟକ୍ଷ ନବୀନ ଜିନ୍ଦଲ ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଯେ କମ୍ପାନିରେ ଆମେ ନିରନ୍ତର ଅଭିବୃଦ୍ଧି ଏବଂ ପରିବେଶ ସୁରକ୍ଷା ପାଇଁ ସର୍ବଦା ପ୍ରୟାସ କରୁଛୁ।
ଇଲେକ୍ଟ୍ରିକ୍ ଯାନର ପ୍ରଚଳନ ଏବଂ ଅନୁଗୁଳ ୟୁନିଟ୍ରେ ଆମର ବ୍ୟାପକ ସୌରଶକ୍ତି ୟୁନିଟ୍ କାର୍ଯ୍ୟକ୍ଷମ ହେବା ଆମର ନେଟ୍ ଜିରୋ ହାସଲ କରିବା ଓ ଆମର ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ଜେଏସ୍ପି ଅନୁଗୁଳ ଦ୍ୱାରା ମୋଟ ୨୭ଟି ଇଲେକ୍ଟ୍ରିକ୍ ବସ୍ ଓ ୪୫ଟି ଇଲେକ୍ଟ୍ରିକ୍ ଏସ୍ୟୁଭି ପାଇଁ ବରାଦ ଦିଆଯାଇଛି। କମ୍ପାନି ବାର୍ଷିକ ୨୧ ନିୟୁତ ୟୁନିଟ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଛାତ ଉପର ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କରିଛି।
ଏହା ଦ୍ବାରା ୧୮ ହଜାର ଟନ୍ ସିଓ୨ ହ୍ରାସ ପାଇବ ଯାହା ଏକ ଦଶନ୍ଧି ମଧ୍ୟରେ ୩.୬ ଲକ୍ଷ ଗଛ ଲଗାଇବା ସହ ସମାନ।

