୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ୫୪୩ ଟି ସିଟ୍ ପାଇଁ ସାତୋଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧ ରେ ଏବଂ ଶେଷ ପର୍ଯ୍ୟାୟ ଭୋଟ୍ ଜୁନ୍ ୧ ରେ ଅନୁଷ୍ଠିତ ହେବ | ଫଳାଫଳ ଜୁନ୍ ୪ ରେ ଆସିବ । ଭୋଟ୍ ଠାରୁ ଫଳାଫଳ ପର୍ଯ୍ୟନ୍ତ ୪୬ ଦିନ ଲାଗିବ ।
ଲୋକସଭା ସହିତ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ୪ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ମଧ୍ୟ ପ୍ରକାଶ ପାଇଛି। ୧୩ ମଇ, ୨୦ ମଇ, ୨୫ ମେ ଏବଂ ୧ ଜୁନ୍ ରେ ଓଡ଼ିଶାରେ ମତଦାନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ଅବଶିଷ୍ଟ ତିନୋଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ୧୯ ଏପ୍ରିଲରେ ଅରୁଣାଚଳ ଏବଂ ସିକ୍କିମରେ ଏବଂ ୧୩ ମଇରେ ଆନ୍ଧ୍ରପ୍ରଦେଶରେ ମତଦାନ ଅନୁଷ୍ଠିତ
ନିର୍ବାଚନ ତାରିଖ ଘୋଷଣା ନିମନ୍ତେ ଆୟୋଜିତ ପ୍ରେସମିଟରେ ନିର୍ବାଚନ ଆୟୋଗ କହିଛନ୍ତି, ଦେଶରେ ମୋଟ ୯୭ କୋଟିରୁ ଅଧିକ ଭୋଟର ଅଛନ୍ତି । ୧୦.୫ ଲକ୍ଷ ପୋଲିଂ ଷ୍ଟେସନ ଏବଂ ୧.୫ କୋଟି ଅଫିସିଆଲ୍ ଏହାକୁ ନିୟନ୍ତ୍ରଣ କରିଥାନ୍ତି । ଏହାସହ ସେ ସୂଚନା ଦେଇ କହିଛନ୍ତି ଯେ ୪୮.୭ କୋଟି ପୁରୁଷ, ୪୭.୧ କୋଟି ମହିଳା, ୪୮ ହଜାର ଟ୍ରାନ୍ସ ଜେଣ୍ଡର, ୧୯.୭୪ କୋଟି ଯୁବ ବର୍ଗ ଏବଂ ୮୨ ଲକ୍ଷ ବରିଷ୍ଠ ନାଗରିକ ଅଛନ୍ତି ଯେଉଁମାନଙ୍କ ବୟସ ୮୫ ବର୍ଷ ଉପରେ । ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ ନିର୍ବାଚନରେ ମୋଟ ୫୫ ଲକ୍ଷ ଇଭିଏମ ବ୍ୟବହାର କରାଯିବ । ଏଥିପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍ କରାଯିବ ।
ପ୍ରଥମ ପର୍ଯ୍ୟାୟ – ୧୯ ଏପ୍ରିଲରେ ଭୋଟ୍
ଦ୍ୱିତୀୟ ପର୍ଯ୍ୟାୟ – ୨୬ ଏପ୍ରିଲରେ ଭୋଟ୍
ତୃତୀୟ ପର୍ଯ୍ୟାୟ – ୭ ମେରେ ଭୋଟ୍
ଚତୁର୍ଥ ପର୍ଯ୍ୟାୟ – ୧୩ ମେରେ ଭୋଟ୍
ପଞ୍ଚମ ପର୍ଯ୍ୟାୟ – ୨୦ ମେରେ ଭୋଟ୍
ଷଷ୍ଠ ପର୍ଯ୍ୟାୟ – ୨୫ ମେ ରେ ଭୋଟ୍
ସପ୍ତମ ପର୍ଯ୍ୟାୟ – ୧ ଜୁନ୍ ରେ ଭୋଟ୍
ଜୁନ୍ ୪ରେ ଆସିବ ରେଜଲ୍ଟ

