ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୧୩୪୨ ଶିକ୍ଷକ

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ୧୧୦ ଜଣ ଅଧ୍ୟକ୍ଷଙ୍କ ସମେତ ମୋଟ ୧୩୪୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ। ଏହା ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ। ଆଶାୟୀମାନେ https://www.oav.edu.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।

୧୧୦ଟି ଅଧ୍ୟକ୍ଷ ପଦ ସହିତ ପିଜିଟି ପଦାର୍ଥ ବିଜ୍ଞାନ ପାଇଁ ୨୫ଟି ପଦ ରହିଥିବା ବେଳେ ପିଜିଟି ରସାୟନ ବିଜ୍ଞାନରେ ୨୫, ପିଜିଟି ବାୟୋଲୋଜିରେ ୨୨, ପିଜିଟି ଗଣିତରେ ୩୫, ପିଜିଟି କମର୍ସରେ ୧୭, ପିଜିଟି କମ୍ପ୍ୟୁଟର ସାଇନ୍ସରେ ୧୫୬, ଟିଜିଟି ଇଂରାଜୀରେ ୨୫୫, ଟିଜିଟି ଗଣିତରେ ୧୬୯, ଟିଜିଟି ବିଜ୍ଞାନରେ ୯୨ ଓ ଟିଜିଟି ସୋସିଆଲ ଷ୍ଟଡିଜ୍ରେ ୧୦୪ ଟି ପଦ ପୂରଣ ହେବ। ସେହିପରି ୧୬୦ ଜଣ ଆର୍ଟ ଟିଚର, ୮୯ ଜଣ ପିଇଟି ଓ ୮୩ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!