ଝିଅର ଆତ୍ମହତ୍ୟା ପରେ ଶାଶୁଘରେ ନିଆଁ ଲଗାଇଦେଲେ ବାପଘର ଲୋକ

ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଶାଶୁଘରେ ଝିଅ ଆତ୍ମହତ୍ୟା କରିଥିବା ଜାଣିବା ପରେ ବାପଘର ଲୋକ ଘଟାଇଛନ୍ତି ଜଘନ୍ୟ କାଣ୍ଡ। ଉତ୍ତ୍ୟକ୍ତ ହୋଇ ଝିଅର ଶାଶୁଘରେ ନିଆଁ ଲଗାଇ ଦେଇଛନ୍ତି, ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ମୃତ ମହିଳା ଜଣକ ହେଉଛନ୍ତି ଆଂଶିକା କେଶରୱାନୀ। ସେ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ। ଗତକାଲି ଶାଶୁଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଆଂଶିକାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ତାଙ୍କ ବାପଘର ଲୋକେ ଶାଶୁଘରେ ପହଞ୍ଚି ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଥିଲେ।

ଆଂଶିକାଙ୍କ ଆତ୍ମହତ୍ୟା ପାଇଁ ସେମାନେ ଶାଶୁଘର ଲୋକଙ୍କୁ ଦାୟୀ କରିଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଝଗଡ଼ା ବଢିବା ପରେ ବାପଘର ଲୋକେ ଉତ୍ତ୍ୟକ୍ତ ହୋଇ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଶାଶୁ ଓ ଶ୍ୱଶୁର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ପ୍ରୟାଗରାଜ ଡେପୁଟି ପୁଲିସ କମିଶନର ଦୀପକ ଭୁକେର କହିଛନ୍ତି ଯେ, ଗତକାଲି ରାତି ୧୧ଟାରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ସେମାନେ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁଇ ପରିବାର ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଚାଲିଥିଲା। ଏହାପରେ ମୃତ ମହିଳାଙ୍କ ବାପଘର ଲୋକ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ।
ତୁରନ୍ତ ପାଞ୍ଚ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ରାତି ପ୍ରାୟ ତିନିଟା ସମୟରେ ନିଆଁକୁ ଆୟତ୍ତ କରାଯିବା ପରେ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ଆଂଶିକାଙ୍କ ଶାଶୁ ଓ ଶ୍ୱଶୁର ବୋଲି ଜଣାପଡିଛି। ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଡେପୁଟି କମିଶନର କହିଛନ୍ତି।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!