ଜେଏସ୍‌ଏଲ୍‌କୁ କର୍ପୋରେଟ୍‌ ଗଭର୍ନାନ୍ସ ଆୱାର୍ଡ

ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ‘କର୍ପୋରେଟ୍‌ ଗଭର୍ନାନ୍ସ ଆୱାର୍ଡ’ ଦିଆଯାଇଛି।

ବିଶେଷ କରି ଶିଳ୍ପ ସଙ୍ଗଠନ ମଧ୍ୟରେ ସ୍ବଚ୍ଛ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ‘କର୍ପୋରେଟ ଗଭର୍ନାନ୍ସ’ ବର୍ଗରେ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ସମ୍ମାନଜନକ କର୍ପୋରେଟ ଗଭର୍ନାନ୍ସ ଏବଂ ସଷ୍ଟେନେବିଲିଟି ଭିଜନ ପୁରସ୍କାର-୨୦୨୪ରେ ଜେଏସ୍‌ଏଲ୍‌କୁ ସମ୍ମାନିତ କରାଯାଇଛି। ଏପରିକି କମ୍ପାନୀର ଫ୍ଲାଗ୍‌ଶିପ୍‌ ପଦକ୍ଷେପ ମାଧ୍ୟମରେ ଆଇସିସି ଏକ ସ୍ଥାୟୀ ଭବିଷ୍ୟତ ସୃଷ୍ଟି ଦିଗରେ ଉଦ୍ୟମ ପାଇଁ ଭାରତ ବ୍ୟବସାୟକୁ ସ୍ବୀକୃତି ଦେଇଛି।

ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏମ୍‌.ନାଗରାଜୁ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଧ୍ୟ ନାଗରାଜୁ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ହେଡ୍‌ (ଏଲ୍‌ ଆଣ୍ଡ ସିଏସ୍‌) ନଭନିତ ରଘୁଭନସି କମ୍ପାନୀ ପକ୍ଷରୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ହେଡ୍‌ (ଏଲ୍‌ ଆଣ୍ଡ ସିଏସ୍‌) ନଭନିତ ରଘୁଭନସି କହିଛନ୍ତି, ଏହି ସମ୍ମାନଜନକ ପୁରସ୍କାର ପାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏକ ସ୍ଥାୟୀ ବ୍ୟବସାୟ ଅଭ୍ୟାସ ପ୍ରତି ଆମର ପ୍ରତିବଦ୍ଧତାକୁ ସ୍ବୀକାର କରିଥିବାରୁ ଆମେ ଆଇସିସିକୁ ଧନ୍ୟବାଦ ଦେଉଛୁ।

ସେହିଭଳି ଆମେ ବିଶ୍ୱାସ କରୁ ଯେ ଉତ୍ତମ ଶାସନ ହେଉଛି ଏକ ସଫଳ ଏବଂ ସ୍ଥାୟୀ ବ୍ୟବସାୟର ମୂଳଦୁଆ ଏବଂ ଆମର ସମସ୍ତ କାର୍ଯ୍ୟରେ ଅଖଣ୍ଡତା ଏବଂ ସ୍ବଚ୍ଛତାର ସର୍ବୋଚ୍ଚ ମାନ୍ୟତା ପାଇଁ ଆମେ ପ୍ରତିବଦ୍ଧ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି

Post Views23 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!