ବିଜେପିର ପ୍ରାର୍ଥୀ: କିଏ ହେଲେ କେଉଁ ଆସନରୁ ?

ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଯାଜପୁର, କଟକ ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହାନ୍ତି । ପ୍ରଥମ ପର୍ଯ୍ୟାୟରେ ୪ ସାଂସଦଙ୍କର ଟିକେଟ କଟାଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କର ଟିକେଟ୍ କଟିଛି ।

ପୁରୀରୁ ସମ୍ବିତ ପାତ୍ର ପ୍ରାର୍ଥୀ ହୋଇଥିବାବେଳେ ଭୁବନେଶ୍ବରରୁ ଅପରାଜିତା ଷଡ଼ଙ୍ଗୀ, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବାଲେଶ୍ବରରୁ ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗୀରରୁ ସଂଗୀତା ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି । ଜଗତସିଂହପୁରରୁ ବିଭୂ ପ୍ରସାଦ ତରାଇ, ବରଗଡ଼ରୁ ପ୍ରଦୀପ ପୁରୋହିତ , ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାଏକ, ମୟୂରଭଞ୍ଜରୁ  ନବଚରଣ ମାଝୀ, ଭଦ୍ରକରୁ ଅଭିମନ୍ଯୁ ସେଠୀଙ୍କୁ ପ୍ରାର୍ଥୀ କରିଛି ଦଳ ।

କଳାହାଣ୍ଡିରୁ ମାଳବିକା କେଶରୀ ଦେଓ ପ୍ରାର୍ଥୀ ହୋଇଥିବାବେଳେ ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଆସିକାରୁ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, କୋରାପୁଟରୁ କାଲେରାମ ମାଝୀ ପ୍ରାର୍ଥୀ ହୋଇଛନ୍ତି । କୋରାପୁଟରେ ଜୟରାମ ପାଙ୍ଗୀଙ୍କ ଜାଗାରେ ଦଳ କାଳିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବ୍ରହ୍ମପୁରରେ ଭୃଗୁ ବକ୍ସିପାତ୍ରଙ୍କ ଜାଗାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରାଯାଇଛି ।

Post Views112 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!