ଯୋଡିଶଙ୍ଖ କୁ ଧରି ନବୀନଙ୍କ ପ୍ରଚାର ଅନୁକୂଳ

ଯୋଡିଶଙ୍ଖ ଦେଖାଇଲେ ନବୀନ । ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି ସବୁ ରାଜନୈତିକ ଦଳ । ଆସନ୍ତା ୨୪ ତାରିଖରେ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଦୁଇ ହାତରେ ଦୁଇଟି ଶଙ୍ଖ ଦେଖାଇ ବିଜେଡିକୁ ଭୋଟ ଦେବାକୁ କହିଛନ୍ତି ସୁପ୍ରିମୋ । ଗୋଟିଏ ଏମଏଲଏ ପାଇଁ ଗୋଟିଏ ଏମପି ପାଇଁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ ।

ବୁଧବାର ସକାଳ ସାଢେ ୧୦ଟା ସମୟରେ ହିଞ୍ଜିଳିରେ ଆୟୋଜିତ ହେବାକୁ ଥିବା ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରିବେ। ସାଢେ ୧୧ଟାରେ ଶେରଗଡରେ ବି ସେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୩୦ ତାରିଖରେ ତାରାତାରିଣୀଙ୍କ ଦର୍ଶନ ପରେ ହିଞ୍ଜିଳି ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!