ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସର ଦଶନ୍ଧି ଯାତ୍ରା

ଋତୁସ୍ରାବ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ଉପରେ ଜଳବାୟୁ ପରିବର୍ଚାନ ର ପ୍ରଭାବ ଚିନ୍ତାଜନକ ।
ସାରା ବିଶ୍ୱରେ ଋତୁସ୍ରାବ ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ଜାତିସଂଘ ତରଫରୁ ୨୦୨୪ ମସିହାକୁ ଋତୁସ୍ରାବ ଅନୂକୁଳ ବିଶ୍ୱ‛ ବର୍ଷଭାବେ ପରିକଳ୍ପନା କରାଯାଇ ବିଭିନ୍ନ କାର୍ଯ୍ୟମାନ ହାତକୁ ନିଆଯାଇଛି । ବିବିଧଭାବେ ଏହି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ, ସାଧାରଣ ସଭା, କର୍ମଶାଳାମାନ ପ୍ରସ୍ତୁତ କରାଯାଉଛି । ‘ଓଡ଼ିଶା ଋତୁସ୍ରାବ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସମୂହ’ ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ।

ଚଳିତବର୍ଷର ଆହ୍ୱାନ ରହିଛି ‘ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ଋତୁସ୍ରାବ’ ବୋଲି ଆଜି ସ୍ଥାନୀୟ ହୋଟେଲ ସୂର୍ଯ୍ୟାଂଶଠାରେ ବିଶ୍ୱ ଋତୁସ୍ରାବ ଦିବସ ପାଳନ ଅବସରରେ ଓଡ଼ିଶା ଏମ୍ଏଚ୍ଏଚ୍ ଆଲାଏନ୍ସର ସମ୍ପାଦିକା ସ୍ନେହ ମିଶ୍ର ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ତିନିଟି ପର୍ଯ୍ୟାୟରେ ଆୟୋଜିତ ଋତୁସ୍ରାବ ବିଷୟକ କର୍ମଶାଳାରେ ବହୁ ବିଶିଷ୍ଟ ଗବେଷକ ଓ ସାମାଜିକ କର୍ମୀ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ପ୍ରଥମ ଅଧିବେଶନଟି ଶିଳ୍ପୀରିମା ରଥଙ୍କ ସଂଯୋଜନା ଏବଂ ବିଶାଖା ଭଞ୍ଜଙ୍କ ଆବାହକତ୍ୱରେ ଋତୁସ୍ରାବ ଓ ଜଳବାୟୁ ପରିବର୍ତନ ଶୀର୍ଷକ କର୍ମଶାଳାରେ ଡବ୍ଲଆର୍ଆଇ ଇଣ୍ଡିଆର ବରିଷ୍ଠ କାର୍ଯ୍ୟକର୍ତା ବିରାଜିତା ଚିମଲାପତି, ଆଭାସୀ ମାଧ୍ୟମରେ ମୟୂରୀ, ଆରସିଡିସିର ଜଗନ୍ନାଥ ଚାଟାର୍ଜୀ, ସିଡ଼୍ସ୍ର ଦିବ୍ୟା ଗୁପ୍ତା, ୟୁନିସେଫ୍ର ସିପ୍ରା ସାକ୍ସେନା ପ୍ରମୁଖ ସାରା ବିଶ୍ୱରେ ଝିଅମାନଙ୍କର ପ୍ରାରମ୍ଭିକ ଋତୁସ୍ରାବର ବୟସ ହାରାହାରି ୧୨ବର୍ଷ ବୟସ ଥିବାବେଳେ ବିଗତ କିଛି ବର୍ଷରେ ଏହି ବୟସ ହ୍ରାସ ଘଟିବା ଦେଖାଦେଇଛି, ଯାହାକି ଜଳବାୟୁ ପରିବର୍ଚାନର ଏକ ପ୍ରଭାବ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଜଳବାୟୁ ପରିବର୍ଚାନ ଦ୍ୱାରା ବନ୍ୟା, ବାତ୍ୟା ଓ ଅତିଶୟ ଖରା, ଗରମ ଓ ଅନ୍ୟ ଦୁର୍ବିପାକଗୁଡିକର ସିଧାସଳଖ ପ୍ରଭାବ ଖାଦ୍ୟ ଉତ୍ପାଦନ, ପୋଷଣ ବିଭେଦତା ଉପରେ ପଡିଥାଏ । ଗବେଷଣାରୁ ଜଣାଯାଇଛି ଯେ ଖାଦ୍ୟ ପରିବର୍ଚାନ, ଖାଦ୍ୟସାର ଅଭାବରେ, ପ୍ୟାକେଟରେ ମିଳୁଥିବା ଖାଦ୍ୟ ଓ ବିଷାକ୍ତ ଖାଦ୍ୟର ପ୍ରଭାବ, ମେଦ ବହୁଳତା ତଥା ଅତିଶୟ ଖରାଜନିତ ଗରମ ଦ୍ୱାରା ପ୍ରାରମ୍ଭିକ ଋତୁସ୍ରାବର ସମୟ ପ୍ରଭାବିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ତର୍ଭୁକ୍ତି ଓ ଋତୁସ୍ରାବ ଶୀର୍ଷକ ଦ୍ୱିତୀୟ ଅଧିବେଶନଟି ଜ୍ୟୋତ୍ସ୍ନା ସାହୁଙ୍କ ସଂଯୋଜନା ଓ ୱାଟର ଏଡ଼୍ର ବିକାଶ ପତିଙ୍କ ଆବାହକତ୍ୱରେ ସ୍ୱତନ୍ତ୍ର ଶିକ୍ଷକ- ଓଏଲ୍ସ୍ ଶ୍ରୀମତୀ ସୁଦୀପ୍ତା ମିଶ୍ର, କିନ୍ନର ରିହାନ କମଳ କୁମାର, ୟୁଏସ୍ଏଡ଼୍ କାର୍ଯ୍ୟକ୍ରମ ପ୍ରବନ୍ଧକ ରୁଦ୍ରପ୍ରସାଦ ପ୍ରଧାନ, ସ୍ୱତନ୍ତ୍ର ପ୍ରଶିକ୍ଷିକା-ଭୀମଭୋଇ ବିଦ୍ୟାଳୟର ସାବିତ୍ରୀ ସାମନ୍ତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଋତୁସ୍ରାବ, ଋତୁଚକ୍ର ଭଳି କଥାଗୁଡିକୁ ଋତୁମତୀମାନେ ବୁଝିବା ନିତାନ୍ତ ଆବଶ୍ୟକ । ଏହାଦ୍ୱାରା ସେମାନେ ନିଜର ଯତ୍ନ ଓ ରିଚ୍ଛନ୍ନତା ଦିଗରେ ସଚେତନ ହୋଇଥାନ୍ତି ଓ ଆବଶ୍ୟକ ମୁତାବକ ପଦକ୍ଷେ ନେଇଥାନ୍ତି । ଏହି ସମୟରେ ସ୍ୱାସ୍ଥ୍ୟର ଯତ୍ନ, ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଦିଗରେ ଧ୍ୟାନଦେବା ଅତ୍ୟନ୍ତ ଜରୁରୀ ଯାହାକି ସୁଗମ୍ୟ ଓ ସଠିକ୍ ସୂଚନା ଦ୍ୱାରା ସମ୍ଭବ ।

ତେଣୁ ନିଃସଂକୋଚ ଏ ବିଷୟରେ ଆଲୋଚନା କରିବା ଓ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ଆବଶ୍ୟକ ।ଋତୁସ୍ରାବ ସମ୍ବନ୍ଧୀୟ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମରେ ଆଭା ମିଶ୍ରଙ୍କ ସଂଯୋଜନା ଏବଂ ବିରାଜଲକ୍ଷ୍ମୀ ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ଅବସରପାପ୍ତ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସେବା ମହାପାତ୍ର ନିଜର ବକ୍ତବ୍ୟରେ କହିଥିଲେ ଯେ ଆମ ସମାଜରେ ଋତୁସ୍ରାବ ସଚେତନତାର ଅଭାବ ବହୁମାତ୍ରାରେ ଏବେ ମଧ୍ୟ ପରିଲକ୍ଷିତ ହୋଇଥାଏ । ସାଧାରଣ ଋତୁସ୍ରାବଜନିତ ସମସ୍ୟାଗୁଡିକ ସହିତ ଜଡିତ ନହେଲେ ଜଳବାୟୁ ପରିବର୍ଚାନ ଭଳି ବିଶେଷ ସମସ୍ୟାଗୁଡିକର ଏହା ଉପରେ ଥିବା ପ୍ରଭାବକୁ ବିଶେଷ ଧ୍ୟାନ ଦେବା କଷ୍ଟକର ହୋଇଥାଏ । ଦିବସବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେଋତୁସ୍ରାବ ସଚେତନତାଭିତିକ କ୍ଷୁଦ୍ର ଚଳଚ୍ଚିତ୍ର ‘କାଚ କଣ୍ଢେଇ’, ‘ରଜସ୍ୱଳା’, ‘ବ୍ଲାକ୍ ଟୁ ୱେଲ୍ ରେଡ଼୍’ ପ୍ରଦର୍ଶିତ ହୋଇଥିଲା । ଅପରାହ୍ଣ ଅଧିବେଶନରେ ୧୦୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ପ୍ରତିନିଧି ଋତୁସ୍ରାବ ଓ ପରିଚ୍ଛନ୍ନତା ସମ୍ପର୍କିତ ବିଷୟକୁ ବିବିଧ ଖେଳ ମାଧ୍ୟମରେ ଶିକ୍ଷାଲାଭ କରିଥିଲେ । ଆଇନାର ମିସ୍ ଫୁଲାରୀ, ମିସ୍ ମେଧାବୀ, ଆଲିସ ଏବଂ ସହଯୋଗୀ ସଂସ୍ଥା ଓଡ଼ିଶା ଏମ୍ଏଚ୍ଏଚ୍ ଆଲାଏନ୍ସ ତରଫରୁ ପୁରୁଷମାନଙ୍କ ଭୂମିକା ଏବଂ ଋତୁସ୍ରାବ ସମ୍ପର୍କରେ ବିବିଧ ମାନସିକତା ସମ୍ପର୍କରେ ଏକ ସୂଚନା ସାରଣୀ ପ୍ରଦର୍ଶିତ କରାଯାଇଥିଲା । ଆଇନାର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!