କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ସିଦ୍ଧାର୍ଥ

ଆଉ ଦିନ ଦୁଇଟା ପରେ ୨ୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ।ସବୁଆଡେ ଦେଖାଦେଲାଣି ନିର୍ବାଚନ ତାତି । ପ୍ରାର୍ଥୀଙ୍କ ସହ  ହେଭିଓ୍ବେଟ ନେତାଙ୍କର ଚାଲିଛି ଜୋରଦାର ପ୍ରଚାର । ପ୍ରଚାରରେ କମ୍ପୁଛି  ମଇଦାନ । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କ ନାଁ କଂଗ୍ରେସ ବିଧାୟକ ଭାବେ ଘୋଷଣା କରିଛି । ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ ଏହି କିଛି ଦିନ ତଳେ କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟକରି ଟିକେଟ ମଧ୍ୟ ଦେଇଛି । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଣକଂଗ୍ରେସ ଭାବେ ପରିଚିତ । ଏହି କ୍ଷେତ୍ରରୁ ଇଂ ଦାସ ଦୁଇ ମହାରଥୀଙ୍କୁ ଟକ୍କର ଦେବାକୁ ଯାଉଛନ୍ତି । ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ ଏହି କିଛି ଦିନ ତଳେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ଇଂ ଦାସଙ୍କୁ କଂଗ୍ରେସର ଦୁଇଜଣ ପୁରୁଣା ଟାଣୁଆ ନେତା ଖୋଦ୍ ଅଶୁଂମାନ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ତାଙ୍କୁ କଂଗ୍ରେସରେ ମିଶାଇଥିଲେ । ସେହି ଦୁଇଜଣ କ୍ଷମତା ଲୋଭ ପାଇଁ କଂଗ୍ରେସ ଛାଡ଼ି ଆଜି ବିଜେଡିରେ । ସେହି ଦୁଇ ଜଣଙ୍କୁ କେନ୍ଦ୍ରାପଡ଼ାର ଜନସାଧାରଣ କେତେ ଗ୍ରହଣ କରିବ ବା ନକରିବେ ତାହା ସମୟ କହିବ । ଖୋଦ୍ ଅଶୁଂମାନ ମହାନ୍ତି ଆଜି ଶ୍ରୀ ଦାସଙ୍କର ପ୍ରତିଦ୍ୱନ୍ଦ୍ୱି ଭାବେ ଠିଆ ହୋଇଛନ୍ତି ।

ସମସ୍ତ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ପାଇଁ କାମ କରିବି । କେନ୍ଦ୍ରାପଡ଼କୁ ଯେପରି କେହି ଜଣେ ବ୍ୟକ୍ତି ଦାଦନ ଖଟିବାକୁ ନଯାଆନ୍ତି ସେଥିପାଇଁ କାର୍ଯ୍ୟ କରାଯିବ । କେନ୍ଦ୍ରାପଡ଼ାରେ ନିଯୁକ୍ତି ମାଧ୍ୟମରେ ପ୍ରତି ପରିବାରକୁ ସ୍ୱାଭିମାନ ଓ ସ୍ୱାଭଲମ୍ବଶୀଳ କରାଯିବ । ଲଢ଼ୁଆ କେନ୍ଦ୍ରାପଡ଼ା ମାଟିକୁ ବିକାଶଶୀଳ ଓ ସମୃଦ୍ଧିଶୀଳ କରାଯିବ । କେନ୍ଦ୍ରାପଡ଼ାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ଉଦ୍ୟମ ଜାରି ରଖିବି । କେନ୍ଦ୍ରାପଡ଼ାବାସୀଙ୍କ ସହଯୋଗ,ଭଲପାଇବା ଓ ସହାନଭୁତି ମୋ ପ୍ରେରଣାର ଉତ୍ସ । ସେମାନଙ୍କ ସୁଖଃଦୁଖଃର ସାଥିହୋଇ ସେବା କରିବି ।
ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ

କେନ୍ଦ୍ରାପଡା ସାଂସଦୀୟ କ୍ଷେତ୍ରର କଂଗ୍ରେସ ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସରୂପ ଦାଶ ଏବେ ନିର୍ବାଚନୀ ପ୍ରଚାର ଜୋରଦାର କରୁଛନ୍ତି  । ଏଥର ନିର୍ବାଚନରେ କିଭଳି ବିପୁଳ ମାତ୍ରାରେ ଭୋଟ ମିଳିବ ସେନେଇ ରଣନିତୀ ଚଲେଇଛନ୍ତି  ।

 

Post Views102 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!