ଧ୍ୟାନରେ ବସିଲେ ମୋଦି, କେବଳ ତରଳ ଖାଦ୍ୟ ଖାଇବେ

ଧଳା ରଙ୍ଗର ଧୋତି ଓ ଶାୱଲ ପରିଧାନ କରିଥିବା ମୋଦି ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରର ପୂଜକ ତାଙ୍କ ପାଇଁ ସ୍ୱତନ୍ତ୍ର ଆରତୀ କରିଥିଲେ ଓ ପ୍ରସାଦ ଦେଇଥିଲେ। ଏଥିସହ ମୋଦିଙ୍କୁ ମନ୍ଦିର ପକ୍ଷରୁ ଗୋଟିଏ ଶାୱଲ ଓ ମା’ଙ୍କର ଗୋଟିଏ ଫଟୋ ଉପହାର ଆକରରେ ଦିଆଯାଇଛି।

ମନ୍ଦିରରୁ ସିଧା ସେ ଏହାପରେ କନ୍ୟାକୁମାରୀ ଠାରେ ଥିବା ବିବେକାନ୍ଦ ରକ ମେମୋରିଆଲ ଠାରେ ପହଞ୍ଚିଥିଲେ। ସେଠାରେ ସେ ରାମକୃଷ୍ଣ ପରମହଂସଙ୍କ ଠାରୁ ଆରମ୍ଭ କରି ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମେମୋରିଆଲର ବିଭିନ୍ନ ଦୃଶ୍ୟ ସେ ବୁଲି ଦେଖିଥିଲେ।

ଏହାପରେ ସମୁଦ୍ର ଉପକୂଳରୁ ୫୦୦ ମିଟର ଦୂରରେ ଥିବା ଏହି ମେମୋରିଆଲରେ ମୋଦି ଧ୍ୟାନ ଆରମ୍ଭ କରିଛନ୍ତି। ଏଠାରେ ଥିବା ଧ୍ୟାନ ମଣ୍ଡପରେ ସେ ଦୁଇ ଦିନ (ପ୍ରାୟ ୪୫ ଘଣ୍ଟା) ଧ୍ୟାନରେ ବସିବେ। ଉକ୍ତ ସ୍ଥାନରେ ସ୍ୱାମୀ ବିବେକାନନ୍ଦ ମଧ୍ୟ ୩ ଦିନ ଧ୍ୟାନରେ ବସିଥିଲେ। ତାଙ୍କ ସ୍ମୃତିରେ ହିଁ ବିବେକାନନ୍ଦ ରକ ମେମୋରିଆଲ ନିର୍ମାଣ କରାଯାଇଛି।
ମୋଦି ଧ୍ୟାନସ୍ଥ ଥିବା ବେଳେ ତାଙ୍କୁ ୨୦୦୦ରୁ ଅଧିକ ସୁରକ୍ଷାକର୍ମୀ ଜଗି ରହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଧ୍ୟାନ କରୁଥିବା ବେଳେ ବିଭିନ୍ନ ସୁରକ୍ଷା ଏଜେନ୍ସି ଏହାପରେ କଡ଼ା ନଜର ରଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିଛି। ଏହା ସହିତ ଡଙ୍ଗାଗୁଡ଼ିକୁ ମଧ୍ୟ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।
ମୋଦି ଆଜି ସନ୍ଧ୍ୟାରୁ ଧ୍ୟାନରେ ବସିଥିବା ବେଳେ ଏହା ଜୁନ ୧ ତାରିଖ ଅପାରାହ୍ନ ପ୍ରାୟ ୩ଟାରେ ଶେଷ ହେବ। ଦେଶର ଭୋଟ ପ୍ରକ୍ରିୟା ମଧ୍ୟ ୧ ତାରିଖ ସନ୍ଧ୍ୟାରେ ସରିବା ସହ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇବ। ଧ୍ୟାନରୁ ଉଠିବା ପରେ ମୋଦି ସିଧା ଦିଲ୍ଲୀ ଆସିବେ।
କନ୍ୟାକୁମାରୀର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ହେଉଛି ବିବେକାନନ୍ଦ ରକ ମେମୋରିଆଲ। ଏହା ୧୯ଶ ଶତାବ୍ବୀର ଦର୍ଶନିକ ଓ ଲେଖକ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିରେ ନିର୍ମାଣ ହୋଇଛି। ଏହି ସ୍ମାରକୀ ନିକଟରେ ତାମିଲ ସନ୍ଥ ତିରୁଭାଲ୍ଲୁବାର ପ୍ରତିମୂର୍ତ୍ତି ନିକଟରେ ରହିଛି।
୨୦୧୯ ଲୋକସଭା ନିର୍ବାଚନର ଠିକ ଶେଷ ପର୍ଯ୍ୟାୟରେ ମୋଦି କେଦାରନାଥ ଗସ୍ତ କରିଥିଲେ। ସେଠାରେ ଥିବା ଗୋଟିଏ ଗୁମ୍ଫାରେ ସେ ଧ୍ୟାନରେ ବସିଥିଲେ। ୨୦୧୯ ମେ’ ୧୮ ତାରିଖରେ ମୋଦି ଉତ୍ତରାଖଣ୍ଡର ରୁଦ୍ର ଗୁମ୍ଫାରେ ୧୭ ଘଣ୍ଟା ଧରି ଧ୍ୟାନ କରିଥିଲେ।
୧୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା ଓ ମେ’ ୨୩ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେହିପରି ୨୦୧୪ରେ ସେ ଶିବାଜୀଙ୍କ ପ୍ରତାଗଡ଼ ଗସ୍ତ କରିଥିଲେ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!