ଜୁନ୍ ୪ର ରେଜଲ୍ଟକୁ ଅପେକ୍ଷା କରନ୍ତୁ: ସୋନିଆ

ଆସନ୍ତାକାଲି ଆସିବ ନିର୍ବାଚନ ଫଳାଫଳ। ହାତୀ କାହା ମୁଣ୍ଡରେ କଳସ ଢ଼ାଳିବ, କିଏ ସରକାର ଗଢ଼ିବ ସବୁକିଛି ହୋଇଯିବ ସ୍ପଷ୍ଟ। ହେଲେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏବଂ ସର୍ଭେ ଏଜେନ୍ସିର ଏକଜିଟ୍ ପୋଲକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆଉ ଏହାରି ଭିତରେ ଏକଜିଟ ପୋଲର ସର୍ଭେକୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି।

ସୋମବାର ସୋନିଆ କହିଛନ୍ତି, ‘ଜୁନ୍ ୪ର ରେଜଲ୍ଟକୁ ଅପେକ୍ଷା କରନ୍ତୁ। ଆମକୁ ଅପେକ୍ଷା କରିବାକୁ ପଡିବ। ଅପେକ୍ଷା କର ଆଉ ଦେଖ କ’ଣ ହେଉଛି। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ, ଫଳାଫଳ ଏକ୍ଜିଟ୍ ପୋଲର ସମ୍ପୂର୍ଣ୍ଣ ବିପରୀତ ହେବ।’

ଏହା ପୂର୍ବରୁ ରାହୁଲ ଗାନ୍ଧି ମଧ୍ୟ ଏକଜିଟ୍ ପୋଲକୁ ନେଇ ପ୍ରତିକ୍ରିୟା ରଖିସାରିଛନ୍ତି। ଏକଜିଟ୍ ପୋଲକୁ ନେଇ ରାହୁଲଙ୍କୁ ପ୍ରଶ୍ନ ପଚାରିବା ପରେ, ସେ ଏହାକୁ ଏକଜିଟ୍ ପୋଲ୍ ନକହି ଫାଣ୍ଟାସି ପୋଲ୍ ବୋଲି କହିଥିଲେ। ଏଥିସହିତ ଏଥର ଇଣ୍ଡିଆ ମେଣ୍ଟ ୨୯୫ ସିଟ୍ ଜିତିବ ବୋଲି ସଙ୍କେତ ଦେଇଥିଲେ ରାହୁଲ।
ନିକଟରେ ଇଣ୍ଡିଆ ମେଣ୍ଟର ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି କଥାକୁ ଦୋହରାଇଛନ୍ତି। ଖଡ଼ଗେ ତାଙ୍କ ବାସଭବନରେ ଇଣ୍ଡିଆ ମେଣ୍ଟର ଏକ ବୈଠକ ହୋଇଥିଲା। ଏଥିରେ ଚଳିତ ନିର୍ବାଚନରେ ଇଣ୍ଡିଆ ଆଲାଏନ୍ସକୁ ଅତି କମରେ ୨୯୫ଟି ସିଟ୍ ମିଳିବ ବୋଲି ସେ କହିଥିଲେ।
କହିରଖୁ ଯେ, ପ୍ରକାଶ ପାଇଥିବା ଅଧିକାଂଶ ଏକ୍ଜିଟ୍ ପୋଲ୍ ବିରୋଧୀ ଦଳ ‘ଇଣ୍ଡିଆ’ ପାଇଁ ବଡ଼ ବିପର୍ଯ୍ୟୟର ପୂର୍ବାନୁମାନ କରିଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପୁଣି କ୍ଷମତାକୁ ଫେରିବ ବୋଲି ସର୍ଭେରେ କୁହାଯାଇଛି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!