ପୁଣି ମନ୍ତ୍ରୀ ହୋଇପାରନ୍ତି ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ । ଉଭୟ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମ ରେ ଚର୍ଚ୍ଚା । ଉଭୟଙ୍କୁ ପିଏମ୍ଓରୁ ଫୋନ୍ କଲ୍ ଯାଇଥିବା ମଧ୍ୟ ବିଶିଷ୍ଟ ସୂତ୍ରରୁ ସୂଚନା । ଉଭୟେ ଫୋନ୍ କଲ୍ ପରେ ମୋଦିଙ୍କ ସରକାରୀ ବାସଭବନ ରେ ଉପସ୍ଥିତ ଥିବା ବେଳେ ମୋଦିଙ୍କୁ ଭେଟିଥିବା ଜଣାଯାଇଛି ।
ଅନ୍ୟପଟେ ବ୍ରଜରାଜନଗର ବିଜେପି ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀ ରୁ ଫୋନ ପାଇଥିବା ସୂଚନା ମିଳିଛି। ଓଡ଼ିଶାରେ ସରକାର ଗଠନରେ ଦିଲ୍ଲୀପ ଙ୍କ ପ୍ରମୁଖ ଭୂମିକା ରହିପାରେ।

