ଦେଶପାଇଁ ସମର୍ପିତ ରୁଦ୍ର ପାଣି

ଜନସେବା ପାଇଁ ସମର୍ପିତ ନେତା ସାଂସଦ ରୁଦ୍ର ନାରାୟଣ ପାଣି, ପଲ୍ଲୀ ରୁ ଦିଲ୍ଲୀ ସଭିଙ୍କ ପ୍ରିୟ ଭାଜନ ନେତା ହେଉଛନ୍ତି ରୁଦ୍ର । ବିଗତ ଦିନର ନିର୍ବାଚନ ପ୍ରଚାର ସମୟରେ ଓଡ଼ିଶାର କେନ୍ଦ୍ର ବିନ୍ଦୁ ସାଜିଥିଲେ ରୁଦ୍ର ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶଗସ୍ତ କାର୍ଯ୍ୟକ୍ରମରେ ରୁଦ୍ର ଙ୍କୁ ନିଜର ଚାଳିଶ ବର୍ଷର ପୁରୁଣା ବନ୍ଧୁ ବୋଲି ସମ୍ବୋଧନ କରିଥିଲେ । ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ସମୟରେ ବହୁ ବରିଷ୍ଠ ବିଜେପି ନେତା ତଥା ଭୁତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ନୀତିନ ଗଡ଼କରି ଙ୍କ ସହ ବେଶ ଭଲ ସମ୍ପର୍କ ରହିଥିବାର ଜଣାଯାଇଛି । ପାର୍ଟି ଏବଂ ମାଟି ଏକା ସମୟରେ ଉଭୟଙ୍କ ସହ ତାଳଦେଇ ଚାଲି ଜାଣନ୍ତି ସିଏ ।

ଯେ କୌଣସି ଜନସମାଗମ ରେ ଉଦବୋଧନ ସମୟରେ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ କରିଥାନ୍ତି ରୁଦ୍ର । ସାଧାରଣ ଲୋକଙ୍କ ହକ୍ ପାଇଁ ଲଢେଇରେ ମଙ୍ଗ ଧରିଥାନ୍ତି । ରାଜନୀତିରେ ବହୁବର୍ଷ ବିତେଇଥିଲେ ମଧ୍ୟ କେବେ ଵିଶେଷ କିଛି ବାଦବିବାଦରେ ଫସିନାହାନ୍ତି ସେହିଭଳି ସମ୍ପତି କହିଲେ ମଧ୍ୟ କିଛିନାହିଁ । ନା ଗାଡି ନା ଘର ଦେଶକୁ ମୋର ଘର ଏବଂ ଦେଶବାସୀ ହିଁ ମୋର ପରିବାର ବୋଲି କହିଥାନ୍ତି ରୁଦ୍ର ।
ରୁଦ୍ରଙ୍କ କିଛି ପୁରାତନ ବନ୍ଧୁଙ୍କ କହିବା ଅନୁଯାୟୀ ଛାତ୍ର ଜୀବନରୁ ହିଁ ତାଙ୍କର ନେତୃତ୍ୱର ଝଲକ ଦେଖିବାକୁ ମିଳିଥିଲା । ରେଭେନ୍ସା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢୁଥିବା ବେଳେ ସାଧାରଣ ସମ୍ପାଦକ ଏବଂ ପରେ ଉପସଭାପତି ହୋଇ ଛାତ୍ର ଜୀବନରେ ରାଜନୈତିକ ମଙ୍ଗ ଧରିଥିଲେ ରୁଦ୍ର । ଢେଙ୍କାନାଳ ମହାବିଦ୍ୟାଳୟରୁ ୧୯୮୧ ମସିହାରେ ବିଏ ପାସକରିବା ସମୟରେ ମଧ୍ୟ ବିଭିନ୍ନ ଛାତ୍ରଙ୍କ ହକ୍ ପାଇଁ ବାରମ୍ବାର ଲଢ଼ିଥିଲେ ରୁଦ୍ର । ଲୋକଙ୍କ ଆସ୍ଥା ଓ ବିଶ୍ବାସ ଯୋଗୁଁ ଆଜି ମୁଁ ଜାଗାରେ ପହଞ୍ଚି ପାରିଛି ବୋଲି ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!