ପାଣି ଭିତରେ ୭୪ ଦିନ ରହି ରେକର୍ଡ କଲେ ଆମେରିକା ଫ୍ଲୋରିଡା ୟୁନୁଭରସିଟିର ପ୍ରଫେସର ଜୋସେଫ ଡେଟୁରି ।ସେ ମାର୍ଚ୍ଚ ୧ରୁ ପ୍ରୋଜେକ୍ଟ ନେପଚୁନ ୧୦୦ ଜରିଆରେ ୩୦ ଫୁଟ ଗଭୀର ପାଣି ଭିତରେ ରହିଛନ୍ତି । ଏନେଇ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ନିଜେ ଜୋସେଫ। ଆସନ୍ତା ଜୁନ ୯ରେ ପାଣି ଭିତରୁ ବାହାରିବେ ଜୋସେଫ ।ସେ ପାଣିରେ ରହି ନିଜକୁ ସୁସ୍ଥ ଅନୁଭବ କରୁଛନ୍ତି । ପାଣି ଭିତରେ ସେ ମାଛ ଓ ଅଣ୍ଡା ଖାଇ ରହୁଛନ୍ତି । ତାଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତର ଟିମ୍ ଲକ୍ଷ୍ୟ ରଖିଛନ୍ତି ।ତେବେ ପାଣରେ ରହିବା ଦ୍ବାରା ଜୋସେଫ କିଛି ନୂଆ କଥା ଜାଣିବେ ବୋଲି ଆଶା ରଖିଛନ୍ତି । ଏହାସହ ପାଣିରେ ରହିବା ଦ୍ବାରା ମଣିଷ ଶରୀର ଉପରେ କି ପ୍ରକାର ପ୍ରଭାବ ପଡେ ତାହା ଜାଣିବାକୁ ସେ ଚେଷ୍ଟା କରୁଛନ୍ତି ।

