ଶ୍ରୀମନ୍ଦିରରୁ ଭକ୍ତଙ୍କ ଭିଡରେ ଝୁଲି ଝୁଲି ଆସେ କାଳିଆ। ଶ୍ରୀ ମସ୍ତକରେ ଶୋଭାପାଏ ବିରାଟ ଟାହିଆ। ତେବେ ରଥଯାତ୍ରା ସମୟରେ ମହାବାହୁଙ୍କ ଟାହିଆ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଚତୁର୍ଦ୍ଧା ମୁରତିଙ୍କ ସୌନ୍ଦର୍ଯ୍ୟ ଆହୁରି ବଢିଥାଏ ଟାହିଆ ପାଇଁ , ତେବେ କଣ ଏହି ଟାହିଆ , କଣ ରହିଛି ଏହାର କିମ୍ବଦନ୍ତୀ ।
ମହାପ୍ରଭୁଙ୍କ ଶ୍ରୀମସ୍ତକରେ ପୁଷ୍ପ ଦ୍ବାରା ସୁସଜ୍ଜିତ ପୁଷ୍ପାଇରଣକୁ ଟାହିଆ କୁହାଯାଏ । ଏହି ସେବା ରାଘବ ଦାସ ମଠ କରିଥାନ୍ତି ।ଏହି ସେବା ପଛରେ ରହିଛି 2ଟି କିମ୍ବଦନ୍ତୀ। ପ୍ରଥମ ହେଉଛି ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟରେ ଚନ୍ଦନ ଚାପ ଚାଲିଥିବା ବେଳେ ପ୍ରବଳ ଝଡ଼ତୋଫାନ ହେବାରୁ ଚାପଡଙ୍ଗା ଏଥିସହିତ ଠାକୁର ମଧ୍ୟ ଅଞ୍ଚଳ ଜଳରାଶିରେ ବୁଡିଗଲେ । ଏହା ଦ୍ବାରା ମହାପ୍ରଭୁଙ୍କର ଆଉ କୌଣସି ନୀତି ଶ୍ରୀମନ୍ଦିରରେ ହୋଇପାରିଲା ନାହିଁ ନାହିଁ । ଗଜପତି ପୁରୁଷୋତ୍ତମ ଦେବ ମୂଳ ବିଗ୍ରହଙ୍କ ବିକଳ୍ପ ବିଗ୍ରହ ବି କିଏ ଦାନ କରିବେ ବୋଲି ସମସ୍ତ ମଠ ମହନ୍ତ ତଥା ପଣ୍ଡିତଙ୍କୁ ନିବେଦନ କଲେ କଲେ। ହେଲେ ସମସ୍ତ ମଠାଧୀଶ ନାସ୍ତିବାଣୀ ଶୁଣାଇଲେ । ମାତ୍ର ରାଘବ ଦାସ ମଠ ମଠାଧୀଶ କହିଲେ, ମୋ ମଠରେ ପ୍ରତିଷ୍ଠିତ ପ୍ରତିମା ଓ ବୁଡ଼ିଯାଇଥିବା ମୂଳ ବିଗ୍ରହଙ୍କ ମ ମଧ୍ୟରେ ସାମଞ୍ଜସ୍ୟ ରହିଛି ।ଇଚ୍ଛା କଲେ ପ୍ରଭୁଙ୍କ ସେବାରେ ଲାଗାଇପାରିବେ । ଏହାପରେ ରାଜାଙ୍କ ଆଦେଶରେ ରାଘବ ଦାସ ମଠର ପ୍ରତିମା ମବନସୁନ୍ଦର ଆସି ଚନ୍ଦନ ଯାତ୍ରାରେ ଯାତ୍ରାରେ ସମ୍ମିଳିତ ହେଲେ ।

ଏହି ମହତ ସେବା ନିମନ୍ତେ ଗା । ଗଜପତି ମହାରାଜା ଟାହିଆ ସେବା ରାଘବ ଦାସ ମଠାଧୀଶଙ୍କୁ ପ୍ରଦାନ କରିଥିଲେ । ଦ୍ଵିତୀୟ କିମ୍ବଦନ୍ତୀ ହେଉଛି ଏକଦା ରଘୁ ଅରକ୍ଷିତ ବାଲିରେ ବସି ଧ୍ୟାନ କଲାବେଳେ ପ୍ରତ୍ୟେକ୍ଷ ଗୋପାଳ ଲୀଳା କରି ତାଙ୍କ ମଥା ଉପରେ ଛତ୍ର ଢାଙ୍କିଥିଲେ। ତେଣୁ ଏହାର ପ୍ରତିଦାନ ସ୍ବରୂପ ରଘୁ ଅରକ୍ଷିତ ଦାସ (ରାଘବ ଦାସ ମଠ) ମହାପ୍ରଭୁଙ୍କ ପହଣ୍ଡି ବିଜେ ବେଳେତ୍ର ସେବା ମାଗିଥିଲେ। ଏହି ଛତ୍ର ଦେବା ସେବା ହିଁ ଟାହିଆ ସେବା । ଧାଡି ପହଣ୍ଡି ଓ ଗୋଟି ପହଣ୍ଡିରେ ଯିବାବେଳେ ସାତପାହି. ଉପରେ ଠାକୁରମାନଙ୍କର ଟାହିଆଲାଗି ହୋଇଥାଏ।
ଘୋଷଯାତ୍ରାରେ ମୋଟ ୨୪ଟି ଟାହିଆ ବ୍ୟବହୃତ କରାଯାଇଥାଏ । ତା ମଧ୍ୟରୁ ୮ଟି ବଡ଼ ଓ ୧୬ଟି ଛୋଟ ଟାହିଆ ହୋଇଥାଏ | ରଥରୁ ଗୁଣ୍ଡିଚା ଘରକୁ ଗଲାବେଳେ କାଳେ ଟାହିଆ ନୂଆରେ ବାଜିବ ତେଣୁ ସାମାନ୍ୟ ଛୋଟ ଟାହିଆ କରାଯାଏ। ସ୍ନାନଯାତ୍ରାରେ ଜଗନ୍ନାଥ ମହାପ୍ରଭୁ ଟାହିଆରେ ୨୫ଟି କା କାଠି, ଶ୍ରୀବଳଭଦ୍ରଙ୍କ ଟାହିଆରେ ୨୧ଟି କାଠି ଲାଗିଥାଏ। ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କଟାହିଆ ପ୍ରାୟତଃ ଟୋପର ଭଳି | କେବଳ ଖଣ୍ଡିଏ କାଠିରେ ର ଦ୍ରୁବ ଏବଂ ଫୁଲ ଚୂଳ ଲାଗିଥା ଗିଥାଏ ।

ଟାହିଆ ପ୍ରସ୍ତୁତିର ଉପକରଣଗୁଡ଼ିକ ହେଲା ବାଉଁଶ, କଦଳୀ ପାଟୁକ ପାଟୁକା, ଶୋଲ, ନରି, ରଙ୍ଗୀନ କପଡ଼ା, ରଙ୍ଗ ଫୁଲ (ରଙ୍ଗଣୀ, ଚମ୍ପା, ମନ୍ତ୍ରୀ, ମାଳତି, କିଆ ଟଗର ଓ ପଦ୍ମ) ।ମୁଖ୍ୟତଃ ଏହା ଶୋଲ ଓ ଜରିରେ ନିର୍ମିତ ହୋଇଥ। ଏହା ଭିତରେ ଅମୃତଭଣ୍ଡିମାନ ଦିଆଯାଏ । ଶୋଲରେ ମାଧବୀ ପତ୍ର ଗୋଲ ଭାବେ କଟାଯାଇ ଅମୃତରେ ତରଣ୍ଡି ଉପରେ ବସାଯାଏ। ତା’ ଉପରେ ଶୋଲରେ ନିର୍ମିତ କଦମ୍ବ ଫୁଲ ଓ କଦମ୍ବ ଫୁଲ ଉପରେ ମାଧବୀ ପତ୍ର, ମାଧବୀ ପତ୍ର ଉପରେ ଓଲଟା ଅମୃତ )ତରଣ୍ଡି ଦିଆଯାଏ । ସବା ଉପରେ ଶୋଲ ଓ ଜରିରେ ତିଆରି ପାନପତ୍ରମାନ ଦିଆଯାଏ । ଟାହିଆ ମଝିରେ ଫୁଲଗୁଳ ସଂଲଗ୍ନ କରାଯାଏ | ଟାହିଆର ଅଗ୍ରଭାଗରେ କରାଯାଇଥାଏ ।

