କାହିଁକି ଆଡ଼ପ ଅବଢା?

ବିଶ୍ୱରେ ସବୁଠୁ ବଡ଼ ଯାତ୍ରା ହେଉଛି ଘୋଷଯାତ୍ର । ଆଷାଢ ମାସରେ ପ୍ରଭୁ ଜଗନ୍ନାଥ ରଥରେ ଚଢି ତାଙ୍କ ମାଉସୀ ମା’ ଓ ରାଣୀ ଗୁଣ୍ଡିଚାଙ୍କ ଘରକୁ ଯାଆନ୍ତି । ଏହି ରଥଯାତ୍ରା କେବଳ ୫ କିଲୋମିଟର ବ୍ୟାପିଥିବା ପୁରୁଷୋତ୍ତମ କ୍ଷେତ୍ରରେ ହୋଇଥାଏ । ଗୁଣ୍ଡିଚା ମନ୍ଦିରରେ ୭ ଦିନ ରହିବା ପରେ ପୁବର୍ନାର ଶ୍ରୀମନ୍ଦିରକୁ ଫେରିଥାନ୍ତି । ମହାବାହୁଙ୍କ ଏହି ନବଦିନାତ୍ମକ ଯାତ୍ରାକୁ ରଥଯାତ୍ରା ବା ଘୋଷଯାତ୍ରା କୁହାଯାଏ ।

ପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ତିଆରିରେ ୫୦୦ ରୋଷେୟା ଓ ୩୦୦ ସହଯୋଗୀ କାମ କରନ୍ତି । ପ୍ରାୟ ୨୦ ଲକ୍ଷ ଭକ୍ତ ଏଠାରେ ପ୍ରସାଦ ପାଇପାରିବେ । କୁହାଯାଏ ଯେ ମନ୍ଦିରରେ ପ୍ରସାଦ କିଛି ହଜାର ଲୋକଙ୍କ ପାଇଁ ତିଆରି ହୋଇଥାଏ କିନ୍ତୁ ଏହାକୁ ଲକ୍ଷ ଲକ୍ଷ ଲୋକ ପେଟ ପୂରା ଖାଇ ପାରନ୍ତି । ମନ୍ଦିର ଭିତରେ ରାନ୍ଧିବା ପାଇଁ ଖାଦ୍ୟର ପରିମାଣ ଏକ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହା ସତ୍ତ୍ୱେ କିଛି ବି ଏଥିରୁ ମଧ୍ୟ ନଷ୍ଟ ହୁଏ ନାହିଁ ।

ଶ୍ରୀଜଗନ୍ନାଥ ହେଉଛନ୍ତି ବଡ଼ ଠାକୁର, ତାଙ୍କର ଦେଉଳ ବଡ଼ ଦେଉଳ, ତାଙ୍କ ସିଂହାସନ ରତ୍ନ ସିଂହାସନ, ତାଙ୍କର ଦାଣ୍ଡ ବଡ଼ ଦାଣ୍ଡ, ତାଙ୍କ ସେବାୟତ ବଡ଼ ପଣ୍ଡା, ତାଙ୍କର ଯାତ୍ରା ବଡ଼ ଯାତ୍ରା । ମହାପ୍ରସାଦର ମାହାତ୍ମ୍ୟ ବଡ଼ ବିଚିତ୍ର । ଏଠି ସବୁ ଏକାକାର । ମହା ବା ବଡ଼ ଶବ୍ଦ ଯେମିତି ମିଶିଯାଇଛି ଏ କ୍ଷେତ୍ରର ପ୍ରତିଟି ଧୂଳିକଣାରେ । ତେଣୁ ତାଙ୍କର ପ୍ରସାଦକୁ ବଡ଼ ବା ମହା ପ୍ରସାଦ କୁହାଯାଏ । ଅବଢ଼ା ମଧ୍ୟ କୁହାଯାଏ କାରଣ ଏହାକୁ ବଢ଼ାଯାଇନଥାଏ । ସୂର୍ଯ୍ୟବଂଶର ରାଜତ୍ୱ କାଳରେ ଏହି ଅବଢ଼ା ଶବ୍ଦ ଆସିଥିବା ଗବେଷକଙ୍କ ମତ । ଗୋଟିଏ ମାଟି ହାଣ୍ଡିରେ ଥିବା ଅନ୍ନ ଓ ବ୍ୟଞ୍ଜନକୁ ସମସ୍ତେ ଏକାଠି ଖାଇଥାନ୍ତି । ପରିବାରର ବାପା, ମା, ପିଲା ଛୁଆ, ଭାଇ, ଭଉଣୀ ସମସ୍ତେ ଏକାଠି ଖାଆନ୍ତି । ଏହା ବଣ୍ଟାଯାଇନଥାଏ କିମ୍ବା ବଢ଼ା ଯାଇ ନଥାଏ । ତେଣୁ ଏହାକୁ ଯଥାର୍ଥରେ ଅବଢ଼ା କୁହାଯାଏ । ସେପଟେ ବିମଳାଙ୍କ ନିକଟରେ ଏହା ସମର୍ପଣ ହେବା ପରେ ମହାପ୍ରସାଦ କୁହାଯାଇଥାଏ । ପ୍ରସାଦ ମଧ୍ୟ ୨ ପ୍ରକାରର ହୋଇଥାଏ ମହାପ୍ରଭୁଙ୍କର । ପ୍ରଥମଟି ଅନ୍ନ ପ୍ରସାଦ ଏବଂ ଦ୍ୱିତୀୟଟି ଶୁଖିଲା ମହାପ୍ରସାଦ ।

ଶ୍ରୀ ଜଗନ୍ନାଥଙ୍କର ଭୋଗ ହେଉଛି ମହାପ୍ରସାଦ । ଏହାକୁ କେହି କେହି ଅବଢ଼ା, କୈବଲ୍ୟ ଓ ନିର୍ମାଲ୍ୟ ପ୍ରଭୃତି ବହୁ ନାମରେ ମହାମାବନ୍ତ କରିଥାନ୍ତି । ଅଗଣିତ ଜନମାନସରେ ନିର୍ମାଲ୍ୟ ହିଁ ଶ୍ରୀଜଗନ୍ନାଥଙ୍କର ପ୍ରତିଭୂ । ବୈଦିକ, ଶାକ୍ତ, ତନ୍ତ୍ର, ପୂରାଣ ଶାବର ପ୍ରତ୍ୟକ ମତରେ ଏହା ଶ୍ରୀଜଗନ୍ନାଥଙ୍କ ସଦୃଶ ମହିମାବନ୍ତ ଓ ଅଶେଷ କୋଟି ପାପନାଶକ । ବିନା ବିଚାରରେ ସ୍ଥାନକାଳପାତ୍ର ନିର୍ବିଶେଷରେ ମହାପ୍ରସାଦ ସେବନ କଲେ ସକଳ ପାପ ଦୂରିଭୂତ ହୁଏ ବୋଲି ଲୋକବିଶ୍ୱାସ ରହିଛି । ମହାପ୍ରସାଦ ସେବାର ମହନୀୟତା ହେଉଛି ଏହାର କୌଣସି ପ୍ରଚୀର ନଥାଏ । ମହାପ୍ରସାଦର ପ୍ରସ୍ତୁତ କର୍ତ୍ତା ହେଉଛନ୍ତି ସ୍ୱୟଂ ମହାଲକ୍ଷ୍ମୀ ।

ପ୍ରକୃତରେ ମହାଲକ୍ଷ୍ମୀ ହିଁ ଶୁଦ୍ଧ ସୂପକାରଙ୍କ ମାଧ୍ୟମରେ ପ୍ରଚ୍ଛନ୍ନ ଭାବରେ ସକଳ ପ୍ରକାର ମହାପ୍ରସାଦ ପ୍ରସ୍ତୁତ କରିଥାନ୍ତି । ମହାପ୍ରସାଦ ପ୍ରସ୍ତୁତୀ କରଣଠାରୁ ସମର୍ପଣ ପର୍ଯ୍ୟନ୍ତ ଶାସ୍ତ୍ରୀୟ ବିଧିରେ ଷଡ୍ ସଂସ୍କାର ହୋଇଥାଏ ।

 

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!