ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି ନିଯୁକ୍ତ

ସୁପ୍ରିମକୋର୍ଟରେ ଦୁଇ ଜଣ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଜଷ୍ଟିସ ଏନ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ ଆର ମହାଦେବନ ହୋଇଛନ୍ତି ସୁପ୍ରିମକୋର୍ଟ ବିଚାରପତି। ଏନେଇ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ୍ସ ପୋଷ୍ଟ ଯୋଗେ ଘୋଷଣା କରିଛନ୍ତି।

ସୁପ୍ରିମକୋର୍ଟ କଲିଜିୟମ୍ ଏନ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ ଆର ମହାଦେବନଙ୍କ ନାମକୁ ସୁପାରିସ୍ କରିଥିଲା। ଆଜି ଏଥିପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ଦୁଇ ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ମିଶାଇ ବର୍ତ୍ତମାନ ସୁପ୍ରମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୪ ହୋଇଛି।

ସେପଟେ ପ୍ରଥମ କରି ମଣିପୁରରୁ ଏନ କୋଟିଶ୍ୱର ସିଂହ ସୁପ୍ରିମକୋର୍ଟର ବିଚାରପତି ହୋଇ ପାରିଛନ୍ତି। ସେ ବର୍ତ୍ତମାନ ଜମ୍ମୁ କଶ୍ମୀର ଓ ଲଦାଖର ମୁଖ୍ୟ ବିଚାରପତି ଅଛନ୍ତି। ଜଷ୍ଟିସ୍ ସିଂହ ମଣିପୁରର ପ୍ରଥମ ଆଡଭୋକେଟ୍ ଜେନେରାଲ୍ ଏନ ଇବୋତୋମି ସିଂହଙ୍କ ପୁଅ। ସେ ଦିଲ୍ଲୀ ୟୁନିଭରସିଟିର କିରୋରୀ ମାଲ କଲେଜ ଆଣ୍ଡ କ୍ୟାମ୍ପସ ଲ’ ସେଣ୍ଟରରେ ଆଇନ ଅଧ୍ୟୟନ କରିଥିଲେ।

ସେ ୧୯୮୬ରେ ଓକିଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ବିଚାରପତି ହେବା ପୂର୍ବରୁ ଏନ କୋଟିଶ୍ୱର ମଣିପୁର ଆଡଭୋକେଟ ଜେନେରାଲ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏଥିସହ ଗୌହାଟି ହାଇକୋର୍ଟ ଏବଂ ମଣିପୁର ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଜଷ୍ଟିସ ମହାଦେବନ ବର୍ତ୍ତମାନ ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି। ତାଙ୍କ ଘର ଚେନ୍ନାଇରେ।

ଜଷ୍ଟିସ ମହାଦେବନ ମାଡ୍ରାସ ଆଇନ ମହାବିଦ୍ୟାଳୟରୁ ପାଠ ପଢିଛନ୍ତି। ସେ ୨୦୧୩ରେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!