୭୪ ବର୍ଷ ବୟସରେ ଦୁଇଟି ଶିଶୁକନ୍ୟାଙ୍କ ମା’ !

ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଏର୍ରାମତି ମଙ୍ଗାୟମ୍ମା ୭୪ ବର୍ଷ ବୟସରେ IVF ଜରିଆରେ ଯମଜ ଝିଅଙ୍କୁ ଜନ୍ମ ଦେଇଥିଲେ। ଏହି ବିରଳ ଘଟଣା ଘଟିଥିଲା ୨୦୧୯ ମସିହାରେ ଯାହା ଏବେ ପୁଣି ଚର୍ଚ୍ଚାକୁ ଆସିଛି।
ଏର୍ରାମତି ମଙ୍ଗାୟମ୍ମାଙ୍କ କାହାଣୀ ମେଡିକାଲ ସାଇନ୍ସ ସହ ଜଡ଼ିତ ଏକ ବିରଳ ଘଟଣା ଭାବେ ସାମ୍ନାକୁ ଆସିଥିଲା। ତାଙ୍କ ବିବାହ ୧୯୬୨ ମସିହାରେ ରାଜା ରାଓଙ୍କ ସହ ହୋଇଥିଲା। କିନ୍ତୁ ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଦମ୍ପତିଙ୍କର କୌଣସି ସନ୍ତାନ ହୋଇନଥିଲା। ଶେଷରେ ସେମାନେ IVF ବିଶେଷଜ୍ଞଙ୍କ ସହାୟତା ନେଇଥିଲେ।୨୦୧୯ ମସିହାରେ ୭୪ ବର୍ଷ ବୟସରେ ସେ IVF ବା ‘ଇନ ଭିଟ୍ରୋ ଫର୍ଟିଲାଇଜେସନ’ ଚିକିତ୍ସା ଜରିଆରେ ଯମଜ ଝିଅଙ୍କୁ ଜନ୍ମ ଦେଇଥିଲେ। ଗୁଣ୍ଟୁରର ଏକ ଘରୋଇ ହସ୍ପିଟାଲରେ ସିଜେରିଆନ୍ ସେକ୍ସନ୍ ଜରିଆରେ ଏହି ଡେଲିଭରି ହୋଇଥିଲା। ଡାକ୍ତରଙ୍କ ଅନୁସାରେ, ମା’ ଏବଂ ଦୁଇ ଶିଶୁ ସେତେବେଳେ ସୁସ୍ଥ ଥିଲେ।

ରିପୋର୍ଟ ଅନୁସାରେ, ବିବାହର ୫୭ ବର୍ଷ ପରେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ହୋଇନଥିଲା। ପରେ IVF ପ୍ରକ୍ରିୟାରେ ସେ ଦୁଇଟି ଶିଶୁକନ୍ୟାଙ୍କ ମା’ ହେବାର ସୌଭାଗ୍ୟ ପାଇଥିଲେ | କିନ୍ତୁ ଏହି ଘଟଣା କେବଳ ଏକ ମେଡିକାଲ ରେକର୍ଡ ହୋଇ ରହିନଥିଲା। ଏହା ପରେ IVF ଚିକିତ୍ସାରେ ବୟସ ସୀମା ରହିବା ଦରକାର କି ନାହିଁ, ତାକୁ ନେଇ ଡାକ୍ତର ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିଶେଷଜ୍ଞମାନେ କହିଥିଲେ, ବହୁତ ଅଧିକ ବୟସରେ ଗର୍ଭଧାରଣ କଲେ ଉଚ୍ଚ ରକ୍ତଚାପ, ଡାଇବେଟିସ୍, ରକ୍ତସ୍ରାବ, ହୃଦ୍ଜନିତ ସମସ୍ୟା ଏବଂ ଅନ୍ୟାନ୍ୟ ଜଟିଳତାର ଆଶଙ୍କା ବଢ଼ିପାରେ। ଏହା ସହ ଶିଶୁଙ୍କ ଭବିଷ୍ୟତ ଯତ୍ନ ଓ ପିତାମାତାଙ୍କ ବୟସକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

Post Views55 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!