ପ୍ରେମିକ ସହ ଶୋଇଥିଲା ସ୍ତ୍ରୀ ଦେଖିଦେଲା ସ୍ୱାମୀ

ବିବାହକୁ ଦୁଇ ମାସ ପୂରିନି, ପରପୁରୁଷ ସହ ଗୋଟିଏ ବେଡରେ ବସିଥିଲେ ସ୍ତ୍ରୀ । ଏହା ଦେଖିବା ପରେ ସ୍ବାମୀଙ୍କ ମୁଣ୍ଡ କାମ କଲାନି । ଶେଷରେ ଘଟଣାର ଏମିତି ଭୟଙ୍କର ହେଲା ଯେ ଯାଇ ପହଞ୍ଚିଲା ଥାନାରେ । ହେଲେ ନବବିବାହିତା ଯୁବତୀ ଜଣକ ପାଲଟା ଅଭିଯୋଗ ଆଣିଛନ୍ତି ସ୍ବାମୀ ଏବଂ ତାଙ୍କ ପରିବାର ବିରୋଧରେ ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଉତ୍ତରପ୍ରଦେଶର ଝାନସୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଏପରିକି କିଛି ଭିଡିଓ ଏବଂ ଅଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯାହାକି ଏହି ଘଟଣା ସହ ଜଡ଼ିତ ରହିଥିବା କୁହାଯାଉଛି ।

ପୀଡ଼ିତ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ, ଗତ ଜୁନ୍ ୨୪ ତାରିଖରେ ତାଙ୍କର ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ଦିନ ପରେ ହିଁ ତାଙ୍କ ପତ୍ନୀ ତାଙ୍କୁ ଖାଦ୍ୟ କିମ୍ବା କ୍ଷୀରରେ ନିଦ ବଟିକା ମିଶାଇ ଦେଉଥିଲେ ।ସ୍ୱାମୀ ଗଭୀର ନିଦରେ ଶୋଇବା ପରେ ପତ୍ନୀ ନିଜ ପ୍ରେମୀଙ୍କୁ ଘରକୁ ଡାକୁଥିଲେ । ଏପରିକି ଅନ୍ୟ ସମୟରେ ତାଙ୍କ ସହ ଫୋନରେ ମଧ୍ୟ କଥା ହେଉଥିଲେ ।ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରୁ ତାଙ୍କୁ ସନ୍ଦେହ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଗତ ଅଗଷ୍ଟ ୨୩ ତାରିଖରେ ସେ କୌଣସି କାମରେ ବାହାରକୁ ଯାଉଛନ୍ତି ବୋଲି ସ୍ତ୍ରୀଙ୍କୁ କହି ଘରୁ ବାହାରିଥିଲେ । ମାତ୍ର ସ୍ତ୍ରୀଙ୍କୁ କିଛି ନଜଣାଇ ପୁଣିଥରେ ଶୀଘ୍ର ଘରକୁ ଫେରିଆସିଥିଲେ । ଆଉ ଫେରିବା ପରେ ଯେତେବେଳେ ସେ ବେଡରୁମ କବାଟ ଖୋଲିଲେ, ସେତେବେଳେ ପତ୍ନୀ ଏବଂ ତାଙ୍କ ପ୍ରେମୀଙ୍କୁ ଅର୍ଦ୍ଧନଗ୍ନ ତଥା ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ ।ସ୍ୱାମୀ ବିରୋଧ କରିବାରୁ ପ୍ରେମୀ ଏବଂ ପତ୍ନୀ ମିଶି ତାଙ୍କୁ ମାଡ଼ପିଟ୍ କରିବା ସହ ତଣ୍ଟି ଚିପି ହତ୍ୟା କରିବାକୁ ପ୍ରୟାସ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ସେପଟେ ଯୁବତୀ ଜଣକ ଅଭିଯୋଗ କରିଛନ୍ତି କି, ସେ କେବଳ ମୋର ଜଣେ ଭଲ ବନ୍ଧୁ । ସେ ମୋ ପ୍ରେମିକ ନୁହଁନ୍ତି । ଶାଶୂଘର ଲୋକେ ମିଛ ଅଭିଯୋଗ ଆଣିଛନ୍ତି । ସେମାନେ ଯୌତୁକରେ ଥାର ମାଗିଥିଲେ । ଆମ ଘରଲୋକ ଦେଇନପାରିବାରୁ ମୋ ନାଁରେ ଏଭଳି ମିଛ ଅପପ୍ରଚାର କରୁଛନ୍ତି । ଆଉ ସେ ଯେଉଁ ଭିଡିଓ ଦେଖାଉଛନ୍ତି ତାହା ଏଆଇ ଦ୍ବାରା ପ୍ରସ୍ତୁତ କରାଯାଇଛି । ତେବେ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!