୪୮ ଘଣ୍ଟାରେ ପହଞ୍ଚାଅ ଗ୍ୟାସ୍ ; କୃଷ୍ଣଚନ୍ଦ୍ର ପାତ୍ର

ଏଣିକି ଗ୍ୟାସ୍ ଅର୍ଡର କଲେ ୪୮ ଘଣ୍ଟା ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚାଇବାକୁ ବାଧ୍ୟ ,ନପହଞ୍ଚିଲେ ବିତରଣକାରୀ ସଂସ୍ଥା ବା ଡିଲରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଡିଲର୍ ସଂଘ ସହ ବୈଠକ ପରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସେହିପରି ନିୟମିତ ଭାବେ ପେଟ୍ରୋଲ ଟାଙ୍କି ମାନଙ୍କରେ ଅପମିଶ୍ରଣ ଯାଞ୍ଚ କରାଯିବ, ଯଦି କେହି ଅପ୍ରମିଶ୍ରଣ କରୁଥିବା ଜଣାପଡିବ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ପେଟ୍ରୋଲ, ଡିଜେଲ୍ ମାନରେ କୌଣସି ସାଲିସ୍ କରାଯିବନି। ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନକୁ ପ୍ରାଥମିକତା ଦେଇ ଏସବୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।

Post Views156 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!