ରାହୁଲଙ୍କ ପ୍ରଶଂସା କଲେ ଅମର୍ତ୍ତ୍ୟ ସେନ୍

ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ପ୍ରଫେସର ଅମର୍ତ୍ତ୍ୟ ସେନ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମୟ ସହିତ ପରିପକ୍ୱ ହୋଇ ସାରିଛନ୍ତି।

କିନ୍ତୁ ତାଙ୍କର ଗୋଟିଏ ପରୀକ୍ଷା ବାକି ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାରରେ ବିରୋଧୀ ଦଳର ନେତୃତ୍ୱ କିପରି ନେବେ ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା ତାଙ୍କର ପ୍ରକୃତ ପରୀକ୍ଷା ହେବ। ୯୦ ବର୍ଷ ବୟସ୍କ ସେନ୍ କହିଛନ୍ତି ଯେ ରାହୁଲଙ୍କ ଭାରତ ଯୋଡୋ ଯାତ୍ର’ ତାଙ୍କୁ କେବଳ ଜାତୀୟ ନେତା ଭାବରେ ପ୍ରତିଷ୍ଠିତ କରିନାହିଁ ବରଂ ଦେଶର ରାଜନୈତିକ ଦୃଶ୍ୟକୁ ମଧ୍ୟ ସମୃଦ୍ଧ କରିଛି।

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜର ଛାତ୍ର ଥିବା ସମୟରେ ରାହୁଲ ନିଜ ଜୀବନରେ କ’ଣ କରିବାକୁ ଚାହୁଁଛନ୍ତି ସେ ବିଷୟରେ ଅନିଶ୍ଚିତ ଥିଲେ। ସେତେବେଳେ ରାଜନୀତି ତାଙ୍କୁ ଆକର୍ଷିତ କରି ନ ଥିଲା।

କିନ୍ତୁ ବର୍ତ୍ତମାନ ରାହୁଲ ଜଣେ ପରିପରିକ୍ୱ ବ୍ୟକ୍ତି। ସେ ଟ୍ରିନିଟି କଲେଜର ଛାତ୍ର ଥିବାରୁ ମୁଁତାଙ୍କୁ ଭଲ ଭାବେ ଜାଣିଛି। ଯେଉଁ କଲେଜରେ ମୁଁ ପଢ଼ିଥିଲି ଏବଂ ପରେ ସେଠାରେ ଅଧ୍ୟାପନା କରୁଥିଲି ରାହୁଲ ସେତେବେଳେ ମୋତେ ଭେଟିବାକୁ ଆସିଥିଲେ ଏବଂ ସେ ସେହି ସମୟରେ ଜଣେ ଏପରି ବ୍ୟକ୍ତି ଥିଲେ ସେ କ’ଣ କରିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲା।

ଲାଗୁଥିଲା ଯେ ସେ ସେତେବେଳେ ରାଜନୀତିକୁ ପସନ୍ଦ କରୁ ନ ଥିଲେ। ହୁଏତ ରାଜନୀତିରେ ସେ କିଛି ଅସୁବିସୁଧାର\ ସମ୍ମୁଖୀନ ହୋଇଥିଲେ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ତାଙ୍କଠାରେ ଅନେକ ପରିବରିର୍ତ୍ତନ ଆସିଛି ଏବଂ ତାଙ୍କର ବର୍ତ୍ତମାନର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!