ସୁନାବେଶ ରେ ଜାଣନ୍ତୁ କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ୩ ଠାକୁର

ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜୀଉ । ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର । ଶ୍ରୀମନ୍ଦିର ଭିତରେ ରତ୍ନସିଂହାସନ ଉପରେ ଶ୍ରୀ ଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହେଉଥିବା ବେଳେ ଓ ଆଜି ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ରଥ ଉପରେ ସୁନାବେଶରେ ସଜ୍ଜିତ ହୁଅନ୍ତି ମହାପ୍ରଭୁ ।

କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ଜଗନ୍ନାଥ ?

କିରିଟ ,ଶ୍ରୀପୟର ,ଶ୍ରୀଭୁଜ ,ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ ,ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ ,ଆଡ଼କାନି ,ଘାଗଡ଼ା ମାଳି, କଦମ୍ବ ମାଳି ,ବାହାଡ଼ା ମାଳି,ତାବିଜ ମାଳି,ସେବତୀ ମାଳି ,ତିଳକ,ଚନ୍ଦ୍ରିକା ,ଅଳକା ,ଝୋବାକଣ୍ଠି ,ତ୍ରିଖଣ୍ଡିକା ଓ କମରପଟି ।

କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ବଳଭଦ୍ର?

କିରିଟ ,ଶ୍ରୀପୟର,ଶ୍ରୀଭୁଜ ,ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ,ଚନ୍ଦ୍ରସୂର୍ଯ୍ୟ,ଆଡ଼କାନି,ଘାଗଡ଼ା ମାଳି ,କଦମ୍ବ ମାଳି,ବାହାଡ଼ା ମାଳି ,ବାଘନଖ ମାଳି ,ସେବତୀ ମାଳି ,ତିଳକ ଚନ୍ଦ୍ରିକ,ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା ଓକମରପଟି

କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ଦେବୀ ସୁଭଦ୍ରା?

କିରୀଟ,ଓଢ଼ିଆଣୀ,କାନ ,ଚନ୍ଦ୍ରସୂର୍ଯ୍ୟ ,ଘାଗଡ଼ା ମାଳି,କଦମ୍ବ ମାଳି
,ସେବତୀ ମାଳି ଓତଗଡ଼ି

 

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!