ଏଏସଓଙ୍କୁ ମାଡ ମାରିଥିବା ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବିଜେପି ସରକାର ବିରୋଧରେ ବିଜେଡ଼ିର ବଡ଼ ପ୍ରତିବାଦ। ରାଜ୍ୟପାଳଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ ଦାବିରେ ବିଜେଡ଼ି ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ। ଓଡ଼ିଆ ସରକାରୀ କର୍ମଚାରୀଙ୍କୁ ଜଣେ ଅଣ ଓଡ଼ିଆ ମାଡ ମାରିବା ଏବଂ ପୀଡ଼ିତଙ୍କୁ ନ୍ୟାୟ ନମିଳିବା ଓଡ଼ିଆ ଅସ୍ମିତା ପ୍ରତି ବିପଦ ବୋଲି ଦଳ କହିଛି। ସରକାର ଓଡ଼ିଆ ଅସ୍ମିତା ପାଇଁ ନୁହେଁ ବିଜେପି ଅସ୍ମିତା ପାଇଁ କାମ କରୁଛି।

ଯଦି ରାଜ୍ୟପାଳଙ୍କ ପୁଅ ଉପରେ କାର୍ୟ୍ୟାନୁଷ୍ଠାନ ଖୁବ୍ ଶୀଘ୍ର ନିଆ ନଯାଏ ତାହାଲେ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜେଡ଼ି ଚେତାବନୀ ଦେଇଛି । ଅନ୍ୟପଟେ ରାଜ୍ୟପାଳଙ୍କୁ ନେଇ ବିଜେପି ରାଜନୀତି କରୁଛି ବୋଲି କହିଛନ୍ତି ବିଜେପି ନେତା । ବିଜେଡି ଯେହେତୁ ଅନେକ ଦୁର୍ନୀତିରେ ଲିପ୍ତ ଥିଲେ ସେଥିପାଇଁ ତାଙ୍କ ପାଖରେ ସରକାରଙ୍କୁ କହିବା ଲାଗି କୌଣସି ପ୍ରସଙ୍ଗ ନାହିଁ । ତେଣୁ ରାଜ୍ୟପାଳଙ୍କୁ ନେଇ ସେମାନେ ରାଜନୀତି କରିବା ଆରମ୍ଭ କରିଛନ୍ତି ।

ରାଜ୍ୟପାଳ ହେଉଛନ୍ତି ଦଳ ଠୁ ଉଦ୍ଧ୍ୱର୍ରେ । ଯଦି କେଉଁଠି କଣ ଭୁଲ ହୋଇଥିଲା ତାକୁ ନେଇ ରାଜ୍ୟପାଳ ସିଧାସଳଖ ବସି ଆଲୋଚନା କରିଛନ୍ତି । ସେହି ଘଟଣାରେ ସମାଧାନର ବାଟ ବାହାରି ସାରିଛି । ଏହା ପରେ ବି ରାଜ୍ୟପାଳଙ୍କୁ ନେଇ ରାଜନୀତି କରିବା କେତେ ଦୂର ଠିକ ଓଡିଶା ବାସୀ ସବୁ ଦେଖୁଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!