ଧିରେଧିରେ ବନ୍ଦ ହେବ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ

ଧିରେଧିରେ ବନ୍ଦ ହେବ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ । ଏଣିକି ପଶ୍ଚିମବଙ୍ଗ ନୁହେଁ ୟୁପିରୁ ଆସିବ ଆଳୁ । ରାଜ୍ୟରେ ଆଳୁ ସଙ୍କଟ ଭିତରେ ବଡ ବୟାନ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ତେବେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିବା ସେ କହିଛନ୍ତି ।

ପଶ୍ଚିମବଙ୍ଗ ସବୁବେଳେ ସମସ୍ୟା ସୃଷ୍ଟି କରୁଥିବାରୁ ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ୟୁପିରୁ ଆସିବ ଆଳୁ ଯାହାର କ୍ୱାଲିଟି ମଧ୍ୟ ଭଲ । ଦୀର୍ଘ ଦିନ ଧରି ଓଡିଶାରେ ଆଳୁର ଅସୁବିଧା ହେବା ପରେ ଏହି ଭଳି ନିଷ୍ପତ୍ତି ରାଜ୍ୟ ସରକାର ନେଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନୀତିଆୟୋଗ ବୈଠକ ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ ହେଲେ ଏହାର ସମାଧାନ ହୋଇ ପାରିଲାନାହିଁ। ଆଜି ସଚିବାଳୟରେ ବ୍ୟବସାୟୀ ମହାସଂଘ ସହ ବୈଠକ ହୋଇଥିଲା ସେଥିରେ ନିଷ୍ପତ୍ତି ହୋଇଛି ଯେ ଏବେ ଆଉ ପଶ୍ଚିମବଙ୍ଗରୁ ଆଳୁ ଆସିବ ନାହିଁ। ଏବେ ପ୍ରଥମ ପର୍ଯ୍ୟାୟରେ ଧୀରେ ଧୀରେ ଆଳୁ ଆଣିବା କମ୍ କରାଯିବ। ଏହା ପରେ ସମ୍ପୂର୍ଣ୍ଣ ବନ୍ଦ କରାଯିବ।

ତେବେ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟର ପ୍ରତିବାଦରେ ଏଣିକି ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି । ଆଜି ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ରାଜ୍ୟରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ । ଏହା ଦ୍ୱାରା ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁକୁ ନେଇ ନିର୍ଭରଶୀଳତା ହ୍ରାସ ପାଇବ । ଏଥି ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ କହିଛନ୍ତି ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!