ଏଥର ଗଣେଶ ପୂଜାରେ ବାଜିବ ପାରମ୍ପରିକ ବାଦ୍ୟ

ଏଥର ଗଣେଶ ପୂଜାରେ ଭୁବନେଶ୍ୱରରେ ଡିଜେ ବନ୍ଦ,ବାଜିବ ପାରମ୍ପରିକ ବାଦ୍ୟ। ଡିଜେକୁ ବ୍ୟାନ କଲା କମିଶନରେଟ୍ ପୋଲିସ। ଉଭୟ ମେଲୋଡି, ଭସାଣିରେ ବନ୍ଦ କରାଗଲା ଡିଜେ । ସେପ୍ଟେମ୍ୱର ୭ ତାରିଖରେ ଏଥର ଗଣେଶ ପୂଜା ପଡୁଛି । ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ସମନ୍ବୟ ବୈଠକ ବସିଛି। ପୂଜାକୁ କିଭଳି ନିଶାମୁକ୍ତ କରାଯିବ, ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଡିସିପି । ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୁଲିସ ଅନୁମତି ଜରୁରୀ ।

ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି । ସେଭଳି ଘଟଣା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ରାଫିକ ମ୍ୟାନେଜମେଣ୍ଟ ବା ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ । ସିସିଟିଭି ସାରା ସହରରେ ରହିବ । ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି । ୭ରେ ପୂଜା ପରେ ୮, ୧୧ଓ ୧୨ ତାରିଖରେ ଭଷାଣି ପାଇଁ ସ୍ଥିର କରାଯାଇଛି । ପୋଲିସର ସମସ୍ତ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!