ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଥିବା କହିଲେ ଖଣି ମନ୍ତ୍ରୀ । ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ସମୟରେ ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ।
ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୁତି ଜେନା କହିଛନ୍ତି, ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି। ଜିଏସ୍ଆଇ ଦ୍ବାରା ତମ୍ବାପଥର ଅନ୍ବେଷଣ ବେଳେ ମିଳିଛି ସୁନା ସନ୍ଧାନ। ଏହି ଅଞ୍ଚଳରେ ସୁନା ଗଛିତ ଥିବା ଭୂତାତ୍ତ୍ବିକ ଆକଳନରୁ ଜଣାପଡ଼ିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

