ଗୁଳିବିନିମୟରେ ୨ ନକ୍ସଲ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ଏବଂ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଜିଲ୍ଲାର ଦକ୍ଷିଣ ବସ୍ତର ଅଂଚଳକୁ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ। ଆଜି ସକାଳୁ ତେଲେଙ୍ଗାନା ଏବଂ ବିଜାପୁର ଜିଲ୍ଲାର ସୀମାନ୍ତ ଅଭୟାରଣ୍ୟରେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୁଇ ପଟୁ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିବା ଜଣାପଡିଛି।

ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୨ ଜଣ ମାଓବାଦୀଙ୍କ ଶବ ଉଦ୍ଧାର କରିଥିବା ଜଣାପଡିଛି। ଏଥିସହ ଏକେ-୪୭ ବନ୍ଧୁକ,୯ ଏମଏମ ପିସ୍ତର ସହ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଥିବା ଜଣାପଡିଛି। ଜଂଗଲରେ ରହି ରହି ଏବେ ବି ଗୁଳିବିନିମୟ ଘଟୁଥିବାରୁ ଯବାନ ଫେରିବା ପରେ ହିଁ ଏହି ଗୁଳିବିନିମୟରେ କେତେ ନକ୍ସଲ ମୃତାହତ ହେଲେ କୁହାଯାଇପାରିବ ବୋଲି ପୁଲିସ ସୂଚନା ଦେଇଛି।

 

Post Views21 Total Count

Apply Now


This will close in 0 seconds

error: Content is protected !!