ୟୁନିଫାଏଡ୍ ପେନସନ୍ ସ୍କିମ୍‌କୁ ଅନୁମୋଦନ ଦେଲା କେନ୍ଦ୍ର

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ୟୁନିଫାଏଡ୍ ପେନସନ୍ ସ୍କିମ୍କୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୟୁପିଆଇକୁ ଅନୁମୋଦନ ମିଳିଛି। ୟୁନିଫାଏଡ୍ ପେନସନ୍ ସ୍କିମ୍ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀଙ୍କୁ ଅବସର ପରେ ବେତନର ୫୦ ପ୍ରତିଶତ ଅର୍ଥରାଶି ପେନସନ ଆକାରରେ ମିଳିବ ।

ଅର୍ଥାତ୍ ଅବସର ପୂର୍ବରୁ ଶେଷ ୧୨ ମାସର ହାରାହାରି ବେସିକ୍ ପେ’ର ୫୦ ପ୍ରତିଶତ ପେନସନ ଆକାରରେ ମିଳିବ। ଏଥିପାଇଁ କର୍ମଚାରୀ ଅତି କମ୍ ରେ ୨୫ ବର୍ଷ ଚାକିରି କରିଥିବା ଦରକାର । ଏହାଦ୍ବାରା ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଉପକୃତ ହେବେ । ଜଣେ ଚାହିଁଲେ ଅବସର ବେଳେ ୟୁନିଫାଏଡ୍ ପେନସନ୍ ସ୍କିମ୍ ବା ୟୁପିଏସ ଏବଂ ପୂର୍ବରୁ ପ୍ରଚଳିତ ନ୍ୟାସନାଲ ପେନସନ ସ୍କିମ୍ ବା ଏନପିଏସ ମଧ୍ୟରୁ ଗୋଟିକୁ ବାଛି ପାରିବେ।

ୟୁପିଏସ ଅନୁଯାୟୀ ଜଣେ କର୍ମଚାରୀ ଅତି କମରେ ୧୦ ବର୍ଷ ଚାକିରି କରିଥିଲେ ଅତି କମ୍ ରେ ୧୦ ହଜାର ଟଙ୍କା ପେନସନ ମିଳିବ । ପେନସନଭୋଗୀଙ୍କ ମୃତ୍ୟୁ ହେଲେ ସେହି ସମୟରେ ସେ ପାଉଥିବା ପେନସନର ୬୦ ପ୍ରତିଶତ ଫ୍ୟାମିଲି ପେନସନ ଆକାରରେ ମିଳିବ। ୨୦୨୫ ମସିହା ଏପ୍ରିଲ ୧ରୁ ଏହା ଲାଗୁ ହେବ । ଯଦି ରାଜ୍ୟମାନେ ୟୁପିଏସ ଆପଣାନ୍ତି ୯୦ ଲକ୍ଷ କର୍ମଚାରୀ ଉପକୃତ ହେବେ ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!