ସମସ୍ତଙ୍କୁ ମିଳବ ସୁଭଦ୍ରା ଟଙ୍କା

‘ସୁଭଦ୍ରା’ ପ୍ରସଙ୍ଗକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଜେଡିକୁ କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ୨୧ରୁ ୬୦ ବୟସ୍କ ମହିଳାଙ୍କ ସଂଖ୍ୟା ୨ କୋଟି ୨୫ ଲକ୍ଷ। ସ୍ବଚ୍ଛଳ ବର୍ଗଙ୍କୁ ଛାଡ଼ିଦେଲେ ୨୧ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି। ୧ କୋଟି ୮ ଲକ୍ଷ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଯିବ।

ଯଦି ଆଉ କିଛି ମହିଳା ପାଇବେନି ବୋଲି ବିଜେଡି ଅନୁଭବ କରେ, ମୋତେ ଚିଠା ପଠେଇବେ, ମୁଁ ସମସ୍ତଙ୍କୁ ଦେବି ବୋଲି ପରିଡ଼ା କହିଛନ୍ତି। ଲଲିପପ ଦେଖାଉଥିବା ଲୋକଙ୍କୁ ଲଲିପପ ଦେଖାଯାଏ। ହେଲେଭାଜପା ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦୃଢ଼ଉକ୍ତି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ସୁଭଦ୍ରା ଯୋଜନା ନାଁରେ ଭାଣ୍ଡାମି କରିଛି ଭାଜପା, ମହିଳାଙ୍କୁ ଲଲିପପ ଧରାଇଛି ବୋଲି ବିଜେଡି ପ୍ରଶ୍ନଉଠାଇଥିଲା।

ଯୋଜନା ନେଇଭାଜପାକୁ ଟାର୍ଗେଟ କଲା ବିଜେଡି । ସୁଭଦ୍ରା ଯୋଜନା ନାଁରେ ପ୍ରବଞ୍ଚନା କରିଛି ଭାଜପା । ମହିଳାଙ୍କୁ ଦୁଇ ବର୍ଷରେ ୫୦ ହଜାର ଦେବେ କହିଥିଲେ ଏବେ ୫ ବର୍ଷରେ ୫୦ ହଜାର ଦେବାକୁ SOP ଆଣିଛନ୍ତି ।

ମାସକୁ ୮୩୩ଟଙ୍କା ଅର୍ଥାତ ଦିନକୁ ୨୭ଟଙ୍କା ଦେବେ । ଭତ୍ତା ପ୍ରତିଶୃତି ଦେଇ ମଧ୍ୟ ଠକିଛନ୍ତି ସରକାର । ସତ୍ୟ ଓ ତଥ୍ୟ ମଧ୍ୟରେ ତାଳମେଳ ନଥାଏ ଯୋଜନାରୁ ୧ କୋଟି ମହିଳା ବଂଚିତ ହେବେ ବୋଲି ବର୍ଷିଛି ବିଜେଡି । ସେପଟେ ଭାଜପା ସରକାରଙ୍କୁ ମିଛୁଆ ରାଧୁଆର ସରକାରର ଆଖ୍ୟା ଦେଇଛନ୍ତି ସୁଲତା ଦେଓ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!