ଓଡ଼ିଶାର କିଛି ସ୍ଥାନରେ ବାର୍ଡଫ୍ଲୁ ଦେଖାଦେଇଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ଚିକେନ ଦୋକାନ ଖାଁ ଖାଁ ହୋଇ ପଡିଛି। ଏଭଳିସମୟରେ ଚିକେନ୍ ନ ଖାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଅପିଲ୍, କିଛି ଦିନ ରାଜଧାନବାସୀଙ୍କୁ ଚିକେନ୍ ନ ଖାଇବାକୁ ଅନୁରୋଧ କରୁଛି ବୋଲି ଜଣାଇଛନ୍ତି ମେୟର।
ଏପରିକି ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ ଅନୁରୋଧ କରାଯାଇଛି ବୋଲି ଜଣାଇଛନ୍ତି ମେୟର ।

