ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପାଳିତ ହୋଇଛି ସ୍ୱାୟତ୍ତ ଶାସନ ଦିବସ ୨୦୨୪। ବିଏମସିର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ମେୟର ସୁଲୋଚନା ଦାସ।ଅନ୍ୟପଟେ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମେୟର ଆଣିଛନ୍ତି ଅସମ୍ମାନ ଅଭିଯୋଗ ।
ନିମନ୍ତ୍ରଣ କରି ଚେୟାର ନଦେବା ଘଟଣା ଦୁଃଖଦାୟକ କହିଛନ୍ତି ମେୟର ସୁଲୋଚନା ଦାସ ।ବିଏମସି ମେୟରଙ୍କୁ ଅପମାନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀମାନେ କରିଛନ୍ତି। ସମସ୍ତ ପୌର ପରିଷଦ ଓ ମହାନଗର ନିଗମରେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟକ୍ରମ ପାଳନ ହେଉଛି ।
ସେହିପରି କଟକ ସ୍ୱାୟତ୍ତ ଶାସନ ଦିବସରେ ବିଜେଡି-ବିଜେପି ମୁହାଁମୁହିଁ । କଟକ ବକ୍ସିବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି ଅନାବରଣ ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ ।

