ନିର୍ବାଚନ ମୈଦନାକୁ ଓହ୍ଲାଇବେ ଷ୍ଟାର୍‌ ରେସଲର୍‌ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍‌

ନିର୍ବାଚନ ମୈଦନାକୁ ଓହ୍ଲାଇବେ ଷ୍ଟାର୍‌ ରେସଲର୍‌ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍‌। କୁସ୍ତି ମୈଦାନ ପରେ ଏବେ ନିର୍ବାଚନୀ ମୈଦାନରେ ଦେଖାଇବେ ନିଜ ନିଜର ଦମ୍‌। ହରିଆଣା ବିଧାନସଭା ନିର୍ବାଚନରେ ଏମାନେ ନିଜ ଭାଗ୍ୟ ପରୀକ୍ଷା। ଏଥିପାଇଁ ଉଭୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ସୂତ୍ରରୁ ସୂଚନା ମିଳିଛି।

ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥିସହ ଉଭୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଛନ୍ତି। ଏହି ଦେଖାସାକ୍ଷାତ ପରେ ହିଁ ଉଭୟ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।ଆସନ୍ତା ମାସରେ ହରିଆଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଉଭୟ ପ୍ରତିଦ୍ୱନ୍ଦ୍ୱିତା କରିବେ। କଂଗ୍ରେସ ଟିକେଟ୍‌ରେ ହରିଆଣାର ବାଦିଲ୍‌ରୁ ବଜରଙ୍ଗ ପୁନିଆ ନିର୍ବାଚନ ଲଢ଼ିବେ। ସେହିପରି ଭିନେଶ ଫୋଗାଟ ଜୁଲାନା ଆସନରୁ ପ୍ରତିଦ୍ୱନ୍ଦ୍ୱୀ କରିବେ ବୋଲି କୁହାଯାଉଛି। ତେବେ ଏନେଇ କଂଗ୍ରେସ ପକ୍ଷରୁ ଏଯାଏଁ କୌଣସି ଘୋଷଣା ହୋଇନାହିଁ।

ଗତ ଶନିବାର କୃଷକଙ୍କ ଆନ୍ଦୋଳନର ୨୦୦ ଦିନ ପୂରଣ ହେବା ପରେ ଭିନେଶ ଫୋଗାଟ ଚାଷୀଙ୍କ ପ୍ରତି ସମର୍ଥନ ଜଣାଇଥିଲେ। ସେ ଶମ୍ଭୁ ଏବଂ ଖାନୌରୀ ସୀମାରେ ପହଞ୍ଚିଥି। ଏହି ସମୟରେ ଭିନେଶଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ବୋଲି ପଚରାଯାଇଥିଲା ଏହାର ଉତ୍ତରରେ ରେସଲର କହିଥିଲେ ଯେ ସେ ରାଜନୀତି ବିଷୟରେ ଜାଣି ନାହାଁନ୍ତି, କିନ୍ତୁ ଚାଷୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି

Post Views45 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!