ପୁଣି ଚର୍ଚ୍ଚାରେ ନବୀନ

ପ୍ରଥମେ ନିର୍ବାଚନର ପରାଜୟ, ପରେ ଦଳରୁ ଜଣଙ୍କ ପରେ ଜଣେ ନେତା ମୁହଁ ଫେରାଇବା। ଏସବୁ ଭିତରେ ଚର୍ଚ୍ଚାରେ ନବୀନଙ୍କ ନୂଆ ଅନ୍ଦାଜ। ଓଡ଼ିଆ ଅସ୍ମିତା ଜାଲରେ ବିଜେପିକୁ ଛନ୍ଦିବାକୁ ପ୍ରୟାସ। ଗତକାଲି ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସ ରେ ଟାର୍ଗେଟ୍ କଲେ। ଆଜି ବିଜେଡି ଯୁବ ବୈଠକରେ ବି ବର୍ଷିଲେ ।
ରେଭେନ୍ସା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ଗତକାଲି ନବୀନ ଲେଖିଥିଲେ, ‘ଏହା କ’ଣ ଓଡ଼ିଆ ଅସ୍ମିତା? ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି. ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି।
ସେହିପରି ଲୋକଙ୍କ ଗହଳିରେ ଖୁବ କମ ଦେଖାଯାଉଥିବା ନବୀନ ଏବେ ଭୁବନେଶ୍ୱରର କିଛି ପୂଜା ମଣ୍ଡପରେ ସାଧାରଣ ଦର୍ଶନ କରିଥିଵାର ଦେଖାଦେଇଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!