ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି ମାଣିଆବନ୍ଧ ଗାଁ

ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି ଓଡ଼ିଶାର ମାଣିଆବନ୍ଧ ଗାଁ। ବୟନଶିଳ୍ପୀ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ପୁରସ୍କୃତ କରାଯାଇଛି।

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ଏକ୍ସ‌ରେ ମାଣିଆବନ୍ଧ ଗ୍ରାମବାସୀଙ୍କୁଛନ୍ତି।
ମୁଖ୍ୟମନ୍ତ୍ରୀ ଏକ୍ସ‌ରେ ଲେଖିଛନ୍ତି, ଓଡ଼ିଶାରେ ହସ୍ତଶିଳ୍ପ ମଧ୍ୟରେ ବୟନଶିଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। କଟକ ଜିଲ୍ଲାର ମାଣିଆବନ୍ଧ ଶାଢ଼ି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।
ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ହସ୍ତଶିଳ୍ପ ବର୍ଗରେ ମାଣିଆବନ୍ଧ ଗ୍ରାମ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମର ମାନ୍ୟତା ପାଇଥିବାରୁ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଜଣାଉଛି।

 

 

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!