୨.୮୬ କୋଟି ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା

ପୁରୀ ଅର୍ପଣ ଚାଉଳର ହେଲା ନିଲାମ । ଦଶ ହଜାର ତିନିଶହ କୁଇଣ୍ଟାଲ୍ ଚାଉଳର ହେଲା ନିଲାମ । ୨.୮୬ କୋଟି ଟଙ୍କାରେ ହୋଇଛି ଅର୍ପଣ ଚାଉଳର ନିଲାମ । ଶ୍ରୀମନ୍ଦିର ପାଣ୍ଠିରେ ଏହି ଟଙ୍କା ଜମା କରାଯିବ । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସୂଚନା । ଚାଉଳକୁ ନିଲାମ ନେଲେ ନିମାପଡ଼ା ମା ତାରିଣୀ ରାଇସ ମିଲ୍ ର ସୁରେଶ କୁମାର ମହାନ୍ତି । ୨ କୋଟି ୮୬ ହଜାର ଟଙ୍କାରେ ଚାଉଳକୁ ନିଲାମ ନେଲେ। ଚାଉଳ ନିଲାମ ପାଇଁ ପାଞ୍ଚଜଣ ଟେଣ୍ଡର ଆବେଦନ କରିଥିଲେ ।

ସୂଚନା ଥାଉକି, ରାଜ୍ୟରୁ ଅର୍ପଣ ରଥ ଜରିଆରେ ସମୁଦାୟ ୧୪୦୧୭.୨୩ କ୍ବିଣ୍ଟାଲ୍‌ ଅର୍ପଣ ଚାଉଳ ସଂଗ୍ରହ ହୋଇ ପୁରୀକୁ ଆସିଥିଲା । ଏଥିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ୪୬୧୦.୪୪ କ୍ବିଣ୍ଟାଲ୍‌, ଅକ୍ଷୟପାତ୍ର ଫାଉଣ୍ଡେସନ୍‌ରେ ୨୬୧୮.୦୭ କ୍ବିଣ୍ଟାଲ୍‌ ଓ ଯୋଗାଣ ବିଭାଗର ପୁରୀ ଗୋଦାମରେ ୬୭୮୮.୭୨ କ୍ବିଣ୍ଟାଲ୍‌ ଚାଉଳ ଗଚ୍ଛିତ ରଖାଯାଇଥିଲା। ସେହିଭଳି ୩୯୪୯ଟି ନଡ଼ିଆ ଓ ୪୨୬ ବସ୍ତା ଗୁଆ ମିଳିଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ ୧୫୦ ବସ୍ତା ଓ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ରେ ୨୭୬ ବସ୍ତା ଗୁଆ ଗଚ୍ଛିତ ରଖାଯାଇଥିଲା। ଇତିମଧ୍ୟରେ କେବଳ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ଚାଉଳରୁ ୩୮୫୬.୮୪ କ୍ବିଣ୍ଟାଲ୍‌ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଛି। ଆଉ ୭୫୩.୦୭ କ୍ବିଣ୍ଟାଲ୍‌ ଚାଉଳ ଶ୍ରୀଗୁଣ୍ଡିଚା ମନ୍ଦିରରେ ଗଚ୍ଛିତ ରଖାଯାଇଥିବାବେଳେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏଭଳି ସର୍ବମୋଟ୍‌ ୧୦୧୬୦.୩୯ କ୍ବିଣ୍ଟାଲ୍‌ ଚାଉଳ ବଳକା ରହିଛି।

ପୂର୍ବରୁ ଅର୍ପଣ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରି ବାଣ୍ଟିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ମହାପ୍ରସାଦ ପ୍ରସ୍ତୁତ କରି ଚାରିଦ୍ବାରରେ ବଣ୍ଟାଯାଉଥିଲା। କିନ୍ତୁ ସରକାର ବଦଳିବା ପରେ ମହାପ୍ରସାଦ ପ୍ରସ୍ତୁତି ଓ ବଣ୍ଟନ ବନ୍ଦ ହୋଇଯାଇଥିଲା। ଫଳରେ ଚାଉଳ ସବୁ ପଡ଼ିପଡ଼ି ନଷ୍ଟ ହୋଇଥିଲା।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!