ଡକ୍ଟର ଶୁଭାଶିଷ ଦାସ ହେଲେ ଡିଡି ବିଶ୍ୱ ବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ

ଧରଣୀଧର ବିଶ୍ୱ ବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ଡକ୍ଟର ଶୁଭାଶିଷ ଦାସ ଚୟନ ହୋଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ଅନୁମୋଦନ କ୍ରମେ ତାଙ୍କୁ ୪ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଛି । ସେ ଏବେ ଆରଡେଣ୍ଟ ଷ୍ଟିଲର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଅଛନ୍ତି । ଡକ୍ଟର ଦାସଙ୍କ ଶିକ୍ଷା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଏହି ନିଯୁକ୍ତି ପରେ କେନ୍ଦୁଝର ଧରଣୀଧର ବିଶ୍ୱ ବିଦ୍ୟାଳୟକୁ କିପରି ବିଶ୍ୱସ୍ତରରେ ପରିଣତ କରାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି କହିଥିଲେ ।

ସିଣ୍ଡିକେଟ ବିଶ୍ୱ ବିଦ୍ୟାଳୟର ଶୀର୍ଷ କମିଟି ହୋଇଥିବାବେଳେ ଏଥିରେ ବିଶ୍ୱ ବିଦ୍ୟାଳୟର ବିକାଶ ମୂଳକ କାର୍ଯ୍ୟର ଖସଡା,ବିଶ୍ୱ ଅଧିନରେ ମହାବିଦ୍ୟାଳୟ ଗୁଡିକ ପାଇଁ ଶିକ୍ଷା ଖସଡା,ପରୀକ୍ଷା ପ୍ରଣାଳୀରେ ସଂସ୍କାର,ପରୀକ୍ଷା ଫଳ ଶୀଘ୍ର ପ୍ରକାଶ ପାଇଁ ପଦକ୍ଷେପ,ବଡ ବଡ ବିଶ୍ୱ ବିଦ୍ୟାଳୟ ସହ ସମକକ୍ଷ କାର୍ଯ୍ୟକ୍ରମ,ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ଯୋଜନା,କର୍ମଚାରୀମାନଙ୍କ ଅଭାବ ଅସୁବିଧା ପୂରଣ ପାଇଁ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଦିଆଯାଇଥାଏ । ଡକ୍ଟର ଦାଶ ଦୀର୍ଘ ୬ ବର୍ଷ ହେବ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ପରିଚାଳନା କମିଟି ସଦସ୍ୟ ଅଛନ୍ତି । ତାଙ୍କ ଉଦ୍ୟମରେ ବଡ ବଡ କମ୍ପାନୀମାନେ କ୍ୟାମ୍ପସ ଚୟନ ଦ୍ୱାରା ନିଯୁକ୍ତି ଦେଇଛନ୍ତି । ଏହାସହିତ ଜିସିଇରେ ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରୀୟ ସେମିନାର କରାଯାଇ ଛାତ୍ରଛାତ୍ରୀଙ୍କ ମାନଙ୍କର ଦକ୍ଷତା ବିକାଶ କରାଯାଇପାରିଛି ।

Post Views5 Total Count

Apply Now


This will close in 0 seconds

error: Content is protected !!