ରାହୁଲଙ୍କ ନିକଟକୁ ମିଠା ପଠାଇଲା bjp

କଂଗ୍ରେସର ପରାଜୟ ପରେ ଭାଜପା ପକ୍ଷରୁ ଜିଲାପି ବାହାନାରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସକୁ କଟାକ୍ଷ କରାଯାଉଛି। ଲଗାତର ଭାବେ ତୃତୀୟ ଥର ଲାଗି ରାଜ୍ୟରେ ଭାଜପା ସରକାର ଗଠନ କରିଥିବାରୁ କର୍ମୀ ଉତ୍ସାହିତ ଅଛନ୍ତି।

ହରିୟାଣା ଭାଜପାରେ ଉତ୍ସବର ମାହୋଲ ଦେଖାଯାଉଥିବା ବେଳେ ସେମାନେ ଏହି ଖୁସିକୁ ରାହୁଲଙ୍କ ସହ ବାଣ୍ଟିଛନ୍ତି। ହରିୟାଣା ଭାଜପା ରାହୁଲଙ୍କ ଲାଗି ୧ କିଲୋ ଜିଲାପି ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ପଠାଇଛନ୍ତି।

ହରିୟାଣା ଭାଜପା ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରି କୁହାଯାଇଛି ଯେ, ଭାଜପାର ସମସ୍ତ କର୍ମୀଙ୍କ ପକ୍ଷରୁ ଆମେ ୧ କିଲୋ ଜିଲାପି ରାହୁଲଙ୍କ ଘରକୁ ପଠାଇ ଦେଇଛି। ଦଳ ଏହି ଅର୍ଡରର ଚିଠାକୁ ମଧ୍ୟ ପୋଷ୍ଟରେ ଯୋଡ଼ିଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!