ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଦଶମ ଥର ପାଇଁ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନି। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍। ଏମପିସିର ନିଷ୍ପତ୍ତି ଘୋଷଣା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ରେପୋ ରେଟ୍‌କୁ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରିଭର୍ସ ରେପୋ ରେଟ୍‌କୁ ୩.୩୫% ଓ ବ୍ୟାଙ୍କ ରେଟ୍‌କୁ ୬.୭୫%ରେ ସ୍ଥିର ରହିଛି। ନୀତିଗତ ଆଭିମୁଖ୍ୟକୁ ମଧ୍ୟ ସ୍ଥିର ରଖାଯାଇଛି। ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ % ହେବ ବୋଲି ଆକଳନ କରାଯାଇଛି। ଏହାଫଳରେ ଗ୍ରାହକଙ୍କ ଉପରେ ଋଣ ବୋଝ ପଡିବିନି। ଲୋନ ନେଇ ଇଏମଆଇ ଦେଉଥିଲେ ଏହା ବୃଦ୍ଧି ପାଇବନି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!