କରୋନା ପରେ ଦେଶରେ ଆତଙ୍କ ମଚାଇଛି H3N2 ଭାଇରସ୍

ପ୍ରଥମଥର ଭାରତରେ H3N2ରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି କର୍ଣ୍ଣାଟକ ଓ ହରିଆଣାର ବାସିନ୍ଦା । ଦେଶରେ ପ୍ରଥମ H3N2 ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
ଏଚ୍୩ଏନ୍୨ ହେଉଛି ‘ଇନଫ୍ଲ୍ୟୁଏଞ୍ଜା ଭାଇରସ୍ । ଯାହା ପ୍ରତିବର୍ଷ ଏହି ସମୟରେ ଆସିଥାଏ । ଜନଗହଳିପୂର୍ଣ୍ଣ ଇଲାକାରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା କରନ୍ତୁ ରକ୍ଷା ଲାଗି ପରାମର୍ଶ ଦେଲେ ଦିଲ୍ଲୀ ଏମସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ।

H3N2 ଇନଫ୍ଲୁଏଞ୍ଜା ଏକ ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ। ଏହା କାଶ, ଛିଙ୍କରେ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ବାରା ବ୍ୟାପେ। ରୋଗୀର ଲାଳ, ଛେପ, ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ମଧ୍ଯ ସଂକ୍ରମଣ ହୋଇଥାଏ। ନିଶ୍ୱାସ ପ୍ରଶ୍ୱାସ ନେବାରେ ଲୋକେ ଅସୁବିଧା ଭୋଗୁଛନ୍ତି ।ଏହି ଭୂତାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । କୋଭିଡ ଭଳି ଡ୍ରୋପଲେଟ୍ ଦ୍ୱାରା ବ୍ୟାପିଥାଏ

ଦେଶରେ ଏବେସୁଦ୍ଧା ୯୦ H3N2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଟି ଯାକ ଭୂତାଣୁ ଆକ୍ରାନ୍ତଙ୍କଠାରେ ଦେଖାଯାଉଥିବା ଲକ୍ଷ୍ୟଣ କୋଭିଡ ସହ ପ୍ରାୟତଃ ସମାନ ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!