ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍

ଗଞ୍ଜାମ ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମନ୍ଦିରରେ ଲୁଟ୍ । ମନ୍ଦିରରେ ପଶି ମାଆଙ୍କ ସୁନା, ରୁପା ଅଳଙ୍କାର ସମେତ ଲୁଟିନେଲେ ଟଙ୍କା । ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମା’ଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଲୁଟେରା । ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ଫେରାର ହୋଇ ଯାଇଛନ୍ତି।

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି, ଗତକାଲି ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରିଲ ଭାଙ୍ଗି ଭିତରେ ପଶିଥିଲେ । ଏହାପରେ ସେମାନେ ମା’ଙ୍କ ରୂପା ମୁକୁଟ, ଛତ୍ରି, ସହ ବାହାର ହୁଣ୍ଡିରୁ ଲୁଟ କରିଥିଲେ । ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଟଙ୍କା ନେଇ ଯାଇଥିବା ଜଣାଯାଇଛି । ଖବର ପାଇ ଆଜି ସକାଳୁ ପୁରୁଷୋତ୍ତମପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମା’ଙ୍କ ମନ୍ଦିରରେ କିପରି ଲୁଟେରାମାନେ କଳାକନା ବୁଲାଇଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!