ତିନି ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ୨୦୨୦, ୨୦୨୧ ଏବଂ ୨୦୨୧ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ପାଇଁ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍ଚିନି ଏବଂ ୨୦୨୨ ପାଇଁ ଦମନ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି। ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନ ସୁନ୍ଦର ଦେବଗୋସ୍ଵାମୀ ସମ୍ମାନ ମିଳିବ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନ ସୁନ୍ଦର ଦେବଗୋସ୍ଵାମୀ ସମ୍ମାନ ମିଳିବ। ୨୦୨୦ ପାଇଁ ଅନନ୍ତ ମହାପାତ୍ର, ୨୦୨୧ ପାଇଁ ଶ୍ରୀନିବାସ ମହାପାତ୍ର ଓ ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲ ପାଇବେ ମୋହନ ସୁନ୍ଦର ଦେବଗୋସ୍ଵାମୀ ପୁରସ୍କାର। ସେହିପରି ୨୦୨୦ରେ ରଘୁ ସର୍ଦ୍ଦାର ଫିଲ୍ମ ପାଇଁ ଦେବାଶିଷ ପାତ୍ର, ୨୦୨୧ରେ ଡାଲଚିନ ପାଇଁ ଅଙ୍କିତ କୁମାର ଓ ଚଳଚ୍ଚିତ୍ର ପ୍ରତୀକ୍ଷା ପାଇଁ ଦୀପନ୍ଵିତ ଦାସ ମହାପାତ୍ର ଶ୍ରେଷ୍ଠ ନାୟକ ସମ୍ମାନରେ ସମ୍ମାନିତ ହେବେ। ୨୦୨୨ ଦମନ ଫିଲ୍ମ ପାଇଁ ବାବୁସାନ ମହାନ୍ତି ଶ୍ରେଷ୍ଠ ନାୟକ ବିବେଚିତ ହୋଇଛନ୍ତି। ପୁରସ୍କାର ରାଶି ଭାବେ ୫ ଲକ୍ଷ ଟଙ୍କା, ମାନପତ୍ର ମିଳିବ।

