ତୁଳସୀ ଗବାର୍ଡ ଆମେରିକାର ଗୁଇନ୍ଦା ନିର୍ଦ୍ଦେଶକ ନିଯୁକ୍ତ

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ପୂର୍ବତନ ଡେମୋକ୍ରାଟ୍ ତୁଳସୀ ଗବାର୍ଡଙ୍କୁ ତାଙ୍କ ପ୍ରଶାସନ ଅଧୀନରେ ଥିବା ନ୍ୟାସନାଲ ଇଣ୍ଟେଲିଜେନ୍ସ (ଡିଏନ୍ଆଇ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି।

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ପୂର୍ବତନ ଡେମୋକ୍ରାଟ୍ ତୁଳସୀ ଗବାର୍ଡଙ୍କୁ ତାଙ୍କ ପ୍ରଶାସନ ଅଧୀନରେ ଥିବା ନ୍ୟାସନାଲ ଇଣ୍ଟେଲିଜେନ୍ସ (ଡିଏନ୍ଆଇ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତୁଳସୀ ଗବାର୍ଡଙ୍କୁ ଜଣେ ଗର୍ବିତ ରିପବ୍ଲିକାନ୍ ବୋଲି ବର୍ଣ୍ଣନା କରିଛନ୍ତି ଯିଏ ତାଙ୍କର ନିର୍ଭୀକ ମନୋଭାବକୁ ଗୁଇନ୍ଦା ସମୁଦାୟରେ ପ୍ରତିଫଳିତ କରିପାରିବେ।

ତୁଳସୀ ଗବାର୍ଡ କିଏ?
ଗୁଇନ୍ଦା ଜଗତରେ ବିଶେଷ ଅଭିଜ୍ଞତା ନ ଥିଲେ ମଧ୍ୟ ତୁଳସୀ ଗବାର୍ଡ ଜଣେ ଭେଟେରାନ ଯିଏ କି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆମେରିକା ସେନାରେ କାର୍ଯ୍ୟ କରିଥିଲେ। ସେ ଡେମୋକ୍ରାଟିକ୍ ପାର୍ଟିର ପ୍ରତିନିଧିତ୍ୱ କରିଥିଲେ ଏବଂ ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ହାୱାଇର ଦ୍ୱିତୀୟ ଜିଲ୍ଲା ପାଇଁ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ। ତୁଳସୀ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆର୍ମି ନ୍ୟାସନାଲ ଗାର୍ଡରେ କାର୍ଯ୍ୟ କରି ଇରାକ ଓ କୁଏତରେ ନିୟୋଜିତ ହୋଇଥିଲେ।  ତୁଳସୀ ଗବାର୍ଡଙ୍କର ଭାରତ ସହ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ନିଜର ପ୍ରଥମ ନାମ (ତୁଳସୀ) ପାଇଁ ଅନେକେ ତାଙ୍କୁ ଭାରତୀୟ ବୋଲି ଭାବିଥାନ୍ତି। ଗବାର୍ଡଙ୍କ ମା’ ହିନ୍ଦୁଧର୍ମ ଗ୍ରହଣ କରି ନିଜ ପିଲାମାନଙ୍କୁ ହିନ୍ଦୁ ନାମ ଦେଇଥିଲେ। ତୁଳସୀ ଗବାର୍ଡ ଜଣେ ହିନ୍ଦୁ ଭାବରେ ପରିଚୟ ଦେଇଛନ୍ତି ଏବଂ ସେ ପ୍ରଥମ ହିନ୍ଦୁ ଆମେରିକୀୟ ମହିଳା ସାଂସଦ। ସେ ଆମେରିକୀୟ ସମୋଆ ବଂଶୋଦ୍ଭବ ହୋଇଥିବା ବେଳେ ଭଗବତ୍ ଗୀତାରେ ହାତ ରଖି ଶପଥ ଗ୍ରହଣ କରିଥିଲେ। ୨୦୨୦ରେ ଗବାର୍ଡ କମଳା ହାରିସଙ୍କ ବିରୋଧରେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଦାବି କରିଥିଲେ ଏବଂ ଯୁଦ୍ଧକୁ ବିରୋଧ ନ କରିବା ପାଇଁ ନିଜ ଦଳକୁ ଦାୟୀ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏହି ଦୌଡ଼ରୁ ଓହରି ଯାଇଥିଲେ ଏବଂ  ୨୦୨୨ରେ ଦଳ ଛାଡି ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେବା ପରେ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!