ଫେବ୍ରୁଆରୀରେ ପାକିସ୍ତାନ ନିର୍ବାଚନ

() କଳ୍ପନାଜଳ୍ପନାର ଅବସାନ । ଆସନ୍ତା ବର୍ଷ ଫେବ୍ରୁଆରୀ 11ରେ ହେବ ପାକିସ୍ତାନ ସାଧାରଣ ନିର୍ବାଚନ । ସାଧାରଣ ନିର୍ବାଚନ ଲାଗି ଘୋଷଣା କିରିଛନ୍ତି ନିର୍ବାଚନ କମିଶନ । ଏନେଇ ସୁପ୍ରିମକୋର୍ଟଙ୍କ ନିକଟରେ ତଥ୍ୟ ରଖିଲେ କମିଶନଙ୍କ ପ୍ରତିନିଧି । ଆସନ୍ତା ନଭେମ୍ବର 30 ସୁଦ୍ଧା ଦେଶରେ ଶେଷ ହେବ ପୁନଃସୀମାନିର୍ଦ୍ଧାରଣ ପ୍ରକ୍ରିୟା । ଏହା ପରେ ନିର୍ବାନ ହେବ ବୋଲି ସୂଚନା ମିଳିଛି । ଗତ କିଛି ମାସ ଧରି ପାକିସ୍ତାନର ରାଜନୈତିକ ଓ ଅର୍ଥନୈତିକ ସଂକଟ ଜାରି ଥିବାବେଳେ ସ୍ବଦେଶ ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ।

ତେଣେ ଦୁର୍ନୀତି ମାମଲାର ଛନ୍ଦି ହୋଇ ଜେଲରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ନିର୍ବାଚନ କମିଶନଙ୍କ ଓକିଲ ସାଜିଲ ସ୍ବାତୀ କହିଛନ୍ତି- ଜାନୁଆରୀ ୨୯ ସୁଦ୍ଧା ଦେଶରେ ସୀମାପୁନଃନିର୍ଦ୍ଧାରଣ ସରିବ । ଏହା ପରେ ନିର୍ବାଚନ ହେବ । ୯୦ ଦିନ ମଧ୍ୟରେ ନିର୍ବାଚନ କରିବା ଲାଗି ସୁପ୍ରିମକୋର୍ଟ କେତେକ ମାମଲାର ଶୁଣାଣି କରିଥିଲେ । ଗତ ଅଗଷ୍ଟ ୯ ତାରିଖରେ ନ୍ୟାସନାଲ ଆସେମ୍ବ୍ଲିକୁ ଭଙ୍ଗ କରିଥିଲେ ରାଷ୍ଟ୍ରପତି ଆରିଫ ଆଲଭି । ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ସରି ନଥିବାରୁ ଚଳିତ ବର୍ଷ ନିର୍ବାଚନ ହୋଇପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ କମିଶନ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!