ଭାରତୀୟ ନୌସେନା ହେବ ଅଧିକ ଶକ୍ତିଶାଳୀ । ମିଳିବ ବାହୁବଳୀ କ୍ଷେପଣାସ୍ତ୍ର । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ-ଡିଆରଡିଓ ପକ୍ଷରୁ ନିର୍ମାଣ କରାଯାଉଛି କ୍ରୁଜ ମିସାଇଲ। ଏହାର ଖୁବ୍ ଶୀଘ୍ର ପରୀକ୍ଷଣ ହେବାକୁ ଯାଉଛି । ଏହା ହେଉଛି ନୋବେଲ ଆଣ୍ଟି ସିପ୍ ମିସାଇଲ ଯାହାର ମଡେଲ ପରୀକ୍ଷଣ ନିମନ୍ତେ ନ୍ୟାସନାଲ ଏୟାରସ୍ପେସ ଲାବରେଟୋରୀରେ ପହଞ୍ଚିସାରିଛି । ଏହାର ଓଜନ ୭୫୦ କିଲୋଗ୍ରାମ ରହିଥିବା ବେଳେ ଲମ୍ବା ୧୫ରୁ ୧୭ ଫୁଟ ରହିଛି । ଏଥି ସହିତ ଏହାର ବ୍ୟାସ ପାଖାପାଖି ୧.୮ ଫୁଟ ରହିବ। ଏଥିରେ ସଲିଡ ପ୍ରୋପେଲଟରେ ବ୍ୟବସ୍ଥା ରହିବ ।
ଏହି କ୍ଷେପଣାସ୍ତ୍ର ୫୦ ମିଟରରୁ ୪ କିଲୋମିଟର ଉଚ୍ଚକୁ ଯାଇ ଟାର୍ଗେଟ କରିବ । ନେଭିଗେସନ ସିଷ୍ଟମ ଆଧାରରେ ଏହାକୁ ଗାଇଡ କରାଯିବ ।ଏଥିରେ ସାଟେଲାଇଟ ଗାଇଡାନ୍ସର ମଧ୍ୟ ସୁବିଧା ଉପଲବ୍ଧ ରହିଛି। ଏହି ଲଢୁଆ ବିମାନ ଶତ୍ରୃପକ୍ଷକୁ ଧୂଳି ଚଟାଇବାରେ ସହାୟକ ହେବ ବୋଲି କୁହାଯାଇଛି । ଏହା ବ୍ୟତୀତ ଭାରତୀୟ ନୌସେନା ପାଇଁ ରୁଦ୍ରମ ମିସାଇଲ ମଧ୍ୟ ତିଆରି କରାଯାଉଛି ।….


